ଭୁବନେଶ୍ବର: ଜୟଦେବ ବିହାର ନିକଟରେ ଥିବା ଜୟଦେବ ଟାୱାର ନାମକ ଏକ ଆପାର୍ଟମେଣ୍ଟକୁ ଭାଙ୍ଗିବାକୁ ବିଡିଏ ନୋଟିସ୍ କରିଛି। ଏହାକୁ ବୁଧବାର ଭାଙ୍ଗିବାକୁ ଯୋଜନା ହୋଇଛି। ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ୫ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଗାଡ଼ି ପାର୍କିଂ ପାଇଁ ଥିବା ଅଞ୍ଚଳରେ ଦୋକାନ କରି ଭଡ଼ା ଲଗାଇ ଦିଆଯାଇଛି। ଏହାସହ ଘର କରି ଭଡ଼ା ଲାଗିିଛି। ଏପରିକି ବିଡିଏରୁ ପ୍ଲାନ୍ ପାଇବା ସମୟରେ ଯେତିକି ମହଲା ନିର୍ମାଣ କରିବାକୁ କହିଥିଲେ ତାହାଠାରୁ ଅଧିକ ନିର୍ମାଣ କରିଛନ୍ତି। ଗୋଟିଏ ମହଲା ଅଧିକ ନିର୍ମାଣ କରି ବିକ୍ରି କରାଯାଇଛି। ଏଠାରେ ମାତ୍ରାଧିକ ବେଆଇନ ନିର୍ମାଣ ହୋଇଥିବାରୁ ୨୦୦୮ ମସିହାରେ ଆସିଥିବା ସର୍ବକ୍ଷମା ଯୋଜନାରେ ଏହାକୁ ନିୟମିତ କରିବାକୁ ଆବେଦନ କରାଯାଇଥିଲେ ହେଁ ଖାରଜ ହୋଇଯାଇଥିଲା। ଏପରିକି ହାଇକୋର୍ଟ ଏଠାରେ ହୋଇଥିବା ବେଆଇନ ନିର୍ମାଣକୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଡିଏ ନିୟମ ଅନୁଯାୟୀ ଯେତିକି ପାର୍କିଂ ଅଞ୍ଚଳ ଛାଡ଼ିବା କଥା ସେତିକି ଛଡ଼ା ଯାଇନି। ତେଣୁ ଏହି ଆପାର୍ଟମେଣ୍ଟର ବେଆଇନ ନିର୍ମାଣକୁ ଭାଙ୍ଗିବାକୁ ନୋଟିସ୍ ହୋଇଛି।
ବିଡିଏ ନୋଟିସ୍: ଭଙ୍ଗା ହେବ ‘ଜୟଦେବ ଟାୱାର’ ଆପାର୍ଟମେଣ୍ଟ
Advertisment
Follow Us