ଏମ୍‌ସରେ କରୋନା ମୃତକଙ୍କ ଗହଣା ଚୋରି: ମୃତକଙ୍କ ପରିବାର ପକ୍ଷରୁ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ

Advertisment
ଏମ୍ସ ଠିକା ଶ୍ରମିକଙ୍କ ବେତନରୁ କଟୁଛି ୭୫୦ ଟଙ୍କା, କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

Justdial

ଭୁବନେଶ୍ବର: ଏମ୍‌ସରେ ଚିକିତ୍ସିତ ହେଉଥିବା ୭୫ବର୍ଷର ଜଣେ ମହିଳାଙ୍କ ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ମହିଳାଜଣକ କରୋନା ସଂକ୍ରମିତ ଥାଇ ଚିକିତ୍ସିତ ହେଉଥିବା ବେଳେ ମୃତକଙ୍କ ପରିବାରଲୋକ ତାଙ୍କ କାନଫୁଲ ନ ଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଏମ୍‌ସର ଅଧୀକ୍ଷକଙ୍କୁ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି।

କପିଳପ୍ରସାଦ ଅଞ୍ଚଳର ଜଣେ ବୃଦ୍ଧା ଗତ ୧୯ ତାରିଖରେ ଅସୁସ୍ଥ ଥିବା କାରଣରୁ ଏମ୍‌ସରେ ଭର୍ତି ହୋଇଥିଲେ। ପରବର୍ତୀ ସମୟରେ ସେ କରୋନାରେ ସଂକ୍ରମିତ ଥିବା ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଥିଲା। ତାଙ୍କୁ କୋଭିଡ୍‌ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଗତକାଲି ସକାଳ ପ୍ରାୟ ସାଢ଼େ ୮ଟା‌ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରିବାରଲୋକ ମୃତ ମହିଳାଙ୍କ କାନଫୁଲ ନେବା ପାଇଁ କହିଥିଲେ। ମାତ୍ର କାନଫୁଲ ନଥିବା ଦେଖି ପରିବାର ପକ୍ଷରୁ ଏମ୍‌ସ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା। ହେଲେ କେହି ଶୁଣୁ ନଥିବା ମୃତକଙ୍କ ଆଟେଣ୍ଡାଣ୍ଟ ରାକେଶ ପ୍ରଧାନ କହିଛନ୍ତି। ଏନେଇ ସେ ଅଧୀକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସିସିଟିଭି ଯାଞ୍ଚ ପାଇଁ କୁହାଯାଇଥିଲେ ହେଁ ସିସିଟିଭି ଲାଗି ନଥିବା ଓ ଏଥିପାଇଁ ବ୍ୟବସ୍ଥା ନଥିବା ସୁରକ୍ଷାକର୍ମୀ କହିଥିଲେ। ଫଳରେ ବାଧ୍ୟ ହୋଇ ସେ ଫେରି ଆସିଥିବା ରାକେଶ କହିଛନ୍ତି। ଏ ନେଇ ଏମ୍‌ସର ଅଧୀକ୍ଷକ ଡା. ସଚ୍ଚିଦାନନ୍ଦ ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥିଲା, ମାତ୍ର ସେ କୌଣସି ଉତ୍ତର ଦେଇ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe