ଜୁଏଲସ୍‌ ଇନ୍‌କ୍ଲୁସିଭ୍‌ ପ୍ଲେ’ ସ୍କୁଲ ଉଦ୍‌ଘାଟିତ

Advertisment
ଜୁଏଲସ୍‌ ଇନ୍‌କ୍ଲୁସିଭ୍‌ ପ୍ଲେ’ ସ୍କୁଲ ଉଦ୍‌ଘାଟିତ

ଭୁବନେଶ୍ବର: ସ‌ା‌ଧାରଣବର୍ଗର ଶିଶୁମାନଙ୍କ ପାଇଁ ଜୟଦେବ ବିହାର ଜନତ‌ା ମଇଦାନ ନିକଟସ୍ଥ ଜୁଏଲସ୍‌ ଇଣ୍ଟରନ୍ୟା‌ସନାଲ ଚେତନା ଇନ୍‌ଷ୍ଟିଚ୍ୟୁଟ ପରିସରରେ ଜୁଏଲସ୍‌ ଇନ୍‌କ୍ଲୁସିଭ ପ୍ଲେ ସ୍କୁଲ ଉଦ୍‌ଘାଟିତ ହୋଇଯାଇଛି। ଏହି ସ୍କୁଲକୁ ଶିକ୍ଷା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀ ଉଦ୍‌ଘାଟନ କରିଥିବାବେଳେ ଅନୁଷ୍ଠାନର ଉପସଭାପତି ବସନ୍ତ କୁମାର ଦାସ, କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ମିଶ୍ର, ଉପଦେଷ୍ଠା ବିଜୟା ପତି ଅଭିଭାଷଣ ରଖିଥିଲେ।

କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ନାରାୟଣ ଚନ୍ଦ୍ର ପତି ସ୍ବା‌ଗତ ଭାଷଣ ଦେଇଥିବାବେଳେ ଚେତନା ସ୍ବତନ୍ତ୍ର ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୟ ଭୂଷଣ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବତନ୍ତ୍ର ଶିକ୍ଷା ବିଭାଗୀୟ ମୁଖ୍ୟ ଭାଗିରଥୀ ମହାପାତ୍ର, ମନୋବିଜ୍ଞାନ ବିଭାଗୀୟ ମୁଖ୍ୟ ବିଚିତ୍ରାନନ୍ଦ ସ୍ବାଇଁ, ମହାବିଦ୍ୟାଳୟ ଉପାଧ୍ୟକ୍ଷ ଲଲାଟେନ୍ଦୁ କର, ଚେତନା ସ୍ବତନ୍ତ୍ର ଶିକ୍ଷା ବିଦ୍ୟାଳୟର ଅଧ୍ୟକ୍ଷା ସ୍ମୃତିରେଖା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe