ଝାରପଡ଼ା ଜେଲରେ ଆକ୍ରମଣ ଘଟଣା : ଚୌଦ୍ବାର ଜେଲକୁ କଏଦୀ ସ୍ଥାନାନ୍ତାର

Advertisment
ଝାରପଡ଼ା ଜେଲରେ ଆକ୍ରମଣ ଘଟଣା : ଚୌଦ୍ବାର ଜେଲକୁ କଏଦୀ ସ୍ଥାନାନ୍ତାର

ଭୁବନେଶ୍ବର : ଝାରପଡ଼ା ଜେଲରେ କଏଦୀ ଆକ୍ରମଣ ଘଟଣା ପରେ ନିଆଗଲା ପଦକ୍ଷେପ। ଆକ୍ରମଣର ଶିକାର ହୋଇ ସୁରକ୍ଷା ମାଗିଥିବା ଲକ୍ଷ୍ନୌର କଏଦୀ ବରୁଣ ଚତୁର୍ବେଦୀକୁ ଚୌଦ୍ବାର ଜେଲକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ଏକ ସ୍ବତନ୍ତ୍ର ଗାଡ଼ିରେ ତାଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଜେଲର ପରିମଳ ବ୍ୟବସ୍ଥାକୁ ନେଇ ଭିଡିଓ କନଫରେନ୍ସିଂ ସମୟରେ ହାଜର ବେଳେ ବିଚାରପତିଙ୍କ ନିକଟରେ କେତେକ ଅଭିଯୋଗ କରିଥିଲା ବରୁଣ। ଗତ ୨୨ ତାରିଖରେ ଜେଲ ଭିତରେ ପୁଣିଥରେ ପ୍ରସଙ୍ଗ ଉଠାଇବା ସହ ଜେଲ କର୍ତ୍ତୃପକ୍ଷଙ୍କୁ ଆକ୍ଷେପ କରି ଗାଳିଗୁଲଜ କରିଥିଲା। କଏଦୀ ରାଜେଶ ବାରିକ ଏଥିରେ ଉତ୍‌କ୍ଷିପ୍ତ ହୋଇ ବରୁଣକୁ ଆକ୍ରମଣ କରିଥିଲା।ଉଭୟପକ୍ଷର ଅଭିଯୋଗକୁ ଆଧାର କରି ଲକ୍ଷ୍ମୀସାଗର ଥାନା ପୁଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe