ଝାରପଡ଼ା ଜେଲ୍‌ରେ ହେବ ବାୟୋଫ୍ଲକ୍‌ ମାଛ ଚାଷ

Advertisment
ଝାରପଡ଼ା ଜେଲ୍‌ରେ ହେବ ବାୟୋଫ୍ଲକ୍‌ ମାଛ ଚାଷ

ଭୁବନେଶ୍ବର: ଝାରପଡ଼ା ଜେଲ୍‌ରେ ବାୟୋଫ୍ଲକ୍‌ ପଦ୍ଧତିରେ ହେବ ମାଛ ଚାଷ। ଜେଲ୍‌ର ପାଖାପାଖି ୧୫ଶହ ବର୍ଗଫୁଟ୍‌ ଜାଗାରେ ଦୁଇଟି ବଡ଼ ବଡ଼ ଟାଙ୍କି ତିଆରି କରାଯାଇଛି। ଅସ୍ଥାୟୀ ଟାଙ୍କି ପାଇଁ ଏକ ଲକ୍ଷରୁ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସ୍ଥାୟୀ ଟାଙ୍କି ପାଇଁ ପାଖାପାଖି ୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଜେଲ୍‌ରେ ଦୁଇଟି ସ୍ଥାୟୀ ଟାଙ୍କି ନିର୍ମାଣ ଚାଲିଛି। ଟାଙ୍କିର ଆକାର ଅନୁସାରେ, ୬ ମାସରେ ଟାଙ୍କି ପିଛା ୧୦ରୁ ୧୨ କୁଇଣ୍ଟାଲ୍‌ ପର୍ଯ୍ୟନ୍ତ ମାଛ ଉତ୍ପାଦନ ହେବ। ଯାଁଳ ଛାଡ଼ିବାଠାରୁ ଆରମ୍ଭ କରି ମାଛ ଉତ୍ପା‌ଦନ ପର୍ଯ୍ୟନ୍ତ କିଲୋ ପିଛା ପାଖାପାଖି ୭୦ଟଙ୍କା ଖର୍ଚ୍ଚ ହେବ ବୋଲି ଜଣେ ମତ୍ସ୍ୟ ଚାଷ ଅଧିକାରୀ କହିଛନ୍ତି।

ବିଶେଷକରି ବାୟୋଫ୍ଲକ୍‌ ପଦ୍ଧତିରେ ଟିଲାପିଆ, ଜଳଙ୍ଗ ଭଳି ମାଛ ଚାଷ ଉପଯୋଗୀ। ମାଛ ଚାଷ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ କଏଦୀମାନଙ୍କୁ ତାଲିମ୍‌ ଦେବେ। ଏଥିରେ ଜେଲ୍‌ର ୨୦-୨୫ଜଣ କଏଦୀଙ୍କୁ କାମରେ ନିୟୋଜିତ କରାଯାଇପାରିବ ବୋଲି ଜେଲର୍‌ ସନ୍ତୋଷିନୀ ଦାସ କହିଛନ୍ତି। ଏହି ଯୋଜନା ସଫଳ ହେଲେ ଆଗକୁ ଅଧିକ କୁଣ୍ଡ କରାଯିବା ସହ ମାଛ ଉତ୍ପାଦନ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି। ଜେଲ୍‌ରେ ବାୟୋଫ୍ଲକ୍‌ ମାଛ ଚାଷ‌ରେ ଝାରପଡ଼ା ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, କଏଦୀଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ତଥା ସେମାନଙ୍କୁ ମାନସିକ ଅବସାଦରୁ ମୁକ୍ତ ରଖିବା ପାଇଁ ଜେଲ୍‌ କର୍ତ୍ତୃପକ୍ଷ ଭିନ୍ନଭିନ୍ନ ପଦକ୍ଷେପ ନେଉଛନ୍ତି। ଜେଲ୍‌ ଭିତରେ ପନିପରିବା ଚାଷଠାରୁ ଆରମ୍ଭ କରି ହଳଦୀଗୁଣ୍ଡ, ପାମ୍ପଡ଼ ଆଦି ପ୍ରସ୍ତୁତିରେ ସେମାନଙ୍କୁ ନିୟୋଜିତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe