‘ଝୁମୁକା’ର ଶାରଦୀୟ ବିଶେଷାଙ୍କ ଉନ୍ମୋଚିତ: ‘ଶିଶୁପତ୍ରିକାଗୁଡ଼ିକ ଉପଯୁକ୍ତ ବିଷୟବସ୍ତୁ ବାଛିବା ଜରୁରୀ’

ଶିଶୁ ସାହିତ୍ୟକୁ ବଞ୍ଚାଇବା ଲାଗି ଶିଶୁ ଓ କିଶୋର ପାଠକଙ୍କ ମନରେ ପୁସ୍ତକ ପଢ଼ିବାର ଆଗ୍ରହ ସୃଷ୍ଟି ହେବା ଦରକାର। ପତ୍ରିକାଗୁଡ଼ିକରେ ଉପଯୁକ୍ତ ବିଷୟବସ୍ତୁ ସ୍ଥାନିତ ହେଲେ, ପିଲାଙ୍କ ମନରେ ପଢ଼ିବାର ଆଗ୍ରହ ବଢ଼ିବ।

dgdagdagzcv

ଭୁବନେଶ୍ବର: ଶିଶୁ ସାହିତ୍ୟକୁ ବଞ୍ଚାଇବା ଲାଗି ଶିଶୁ ଓ କିଶୋର ପାଠକଙ୍କ ମନରେ ପୁସ୍ତକ ପଢ଼ିବାର ଆଗ୍ରହ ସୃଷ୍ଟି ହେବା ଦରକାର। ପତ୍ରିକାଗୁଡ଼ିକରେ ଉପଯୁକ୍ତ ବିଷୟବସ୍ତୁ ସ୍ଥାନିତ ହେଲେ, ପିଲାଙ୍କ ମନରେ ପଢ଼ିବାର ଆଗ୍ରହ ବଢ଼ିବ। ଏଣୁ ଶିଶୁ ସାହିତ୍ୟିକମାନଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ହେବ। ସେହିଭଳି ବିଷୟବସ୍ତୁ ଚୟନ ବେଳେ ଶିଶୁ ସାହିତ୍ୟ ପତ୍ରିକାଗୁଡ଼ିକୁ ସଚେତନ ହେବାକୁ ପଡ଼ିବ। ଶିଶୁ କିଶୋର ତ୍ରୈମାସିକୀ ‘ଝୁମୁକ‌ା’ର ଶାରଦୀୟ ବିଶେଷାଙ୍କ ଉନ୍ମୋଚନ ଅବସରରେ ଅତିଥିମାନେ ଏଭଳି କହିଛନ୍ତି।

କାର୍ଯ୍ୟକ୍ରମର ମୁଖ୍ୟଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ମନୋରଞ୍ଜନଧର୍ମୀ ଲେଖା ସହିତ ରଙ୍ଗିନ ପୃଷ୍ଠାରେ ବିଷୟବସ୍ତୁ ପ୍ରକାଶ ପାଇଲେ, ଶିଶୁ ପତ୍ରିକାଗୁଡ଼ିକ ଆଦୃତି ଲାଭ କରିପାରିବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପିଲାମାନଙ୍କୁ ଶିଶୁ ସାହିତ୍ୟ ପଢ଼ିବା ଲାଗି ଅଭିଭାବକମାନେ ସେମାନଙ୍କ ମନରେ ଆଗ୍ରହ ବଢ଼ାଇବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସାହିତ୍ୟିକ ଦାଶ ବେନହୁର କହିଲେ ଯେ ନୂଆ ଲେଖା ପଢ଼ିବାର କୁଣ୍ଠା ଯୋଗୁ ଶିଶୁ ସାହିତ୍ୟ ଅବହେଳିତ ହେଉଛି। ସାହିତ୍ୟ ସହିତ ପିଲାମାନଙ୍କୁ ଯୋଡ଼ିଲେ, ସାହିତ୍ୟ ବଞ୍ଚିରହିବ। ବିଭିନ୍ନ ଘାତପ୍ରତିଘାତ ସତ୍ତ୍ବେ ‘ଝୁମୁକା’ ନିଜର ସ୍ବତନ୍ତ୍ରତା ବଜାୟ ରଖିଥିବାରୁ ସମ୍ପାଦକଙ୍କୁ ସେ ସାଧୁବାଦ ଜଣାଇଥିଲେ। କଥାକାର ଗୌରହରି ଦାସ କହିଲେ ଯେ ପିଲାଙ୍କ ପାଇଁ ଆଖିକୁ ଭଲ ଲାଗିବା ଭଳି ପତ୍ରିକା ଆବଶ୍ୟକ। ପୃଷ୍ଠା କମ୍‌ ହେଲେ ମଧ୍ୟ ରଙ୍ଗିନ ଚିତ୍ର ରହିଲେ, ପତ୍ରିକା ପିଲାଙ୍କୁ ଆକର୍ଷିତ କରିବ।

ଶିକ୍ଷାବିତ୍‌ ନରେନ୍ଦ୍ର ପ୍ରସାଦ ଦାସ କହିଲେ ଯେ ପିଲାଙ୍କୁ ବହିଟିଏ ଦେବାର ଚେତନା ଅଭିଭାବକଙ୍କ ମନରେ ଆସିବା ଦରକାର। ପିଲାଙ୍କ ପାଇଁ ଅଧିକରୁ ଅଧିକ ମନୋରଞ୍ଜନଧର୍ମୀ ପୁସ୍ତକ ଓ ପତ୍ରିକା ଛପା ହେବା ଦରକାର ବୋଲି ସେ କହିଥିଲେ। ଶିଶୁ ସାହିତ୍ୟିକ ଶ୍ରୁତକୀର୍ତ୍ତି ତ୍ରିପାଠୀ, ଶିଶୁ ସାହିତ୍ୟ ରଚନା ଲାଗି ଶିଶୁ ସାହିତ୍ୟିକଙ୍କ ମଧ୍ୟରେ ସଚେତନତା କର୍ମଶାଳା ଆବଶ୍ୟକ ବୋଲି ମତ ରଖିଥିଲେ। ‘ଝୁମୁକା’ର ସମ୍ପାଦକ ମାନସ ରଞ୍ଜନ ସାମଲ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଅତିଥିମାନେ ମାସିକ ପତ୍ରିକା ‘ମାନବିକତାର କଥା’କୁ ମଧ୍ୟ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ‘ମାନବିକତାର କଥା’ର ସମ୍ପାଦକ ତଥା ଆଇନଜୀବୀ ନଟବର ମହାନ୍ତି, ଅବସରପ୍ରାପ୍ତ ପ୍ରଶାସକ ମହେନ୍ଦ୍ର କୁମାର ମଲ୍ଲିକ, ପ୍ରଫେସର ରେଖା ଦାସ, ବଙ୍କିମ ଚନ୍ଦ୍ର ନାୟକ, ପ୍ରଭାସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe