ରମାଦେବୀରେ ‘ଜୀବନ ପଥେ’ ସାହିତ୍ୟ ଆସରର ବାର୍ଷିକ ଉତ୍ସବ

Advertisment
ରମାଦେବୀରେ ‘ଜୀବନ ପଥେ’ ସାହିତ୍ୟ ଆସରର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପକ୍ଷରୁ ‘ଜୀବନ ପଥେ’ ସାହିତ୍ୟ ଆସରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ପ୍ରଫେସର୍‌ ସସ୍ମିତା ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବକୁ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଉଦ୍‌ଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅଧ୍ୟାପକ ବିଶ୍ୱରଞ୍ଜନ ଯୋଗଦେଇ ବିଶ୍ବବିଦ୍ୟାଳୟର ଏଭଳି ପ୍ରୟାସ ପ୍ରଶଂସନୀୟ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଡ. ଅନିନ୍ଦିତା ଦାସ ଯୋଗଦେଇ ଫକୀର ମୋହନଙ୍କ ସଙ୍ଗୀତ ପରିବେଷଣ କରିଥିଲେ। ଉତ୍ସବରେ ଲେଖକ ଭି. ରାଜୁ ଓ ଗବେଷିକା ଦୀପ୍ତିମୟୀ ସାହୁଙ୍କ ପୁସ୍ତକ ‘ପ୍ରତିଭା ଦୀପ ପଞ୍ଚସଖା’ ଲୋକାର୍ପିତ ହୋଇଥିଲା। ବିଭାଗ ମୁଖ୍ୟ ଡ. ସଂଘମିତ୍ରା ଭଞ୍ଜ ଅତିଥିଙ୍କୁ ସ୍ବାଗତ କରିଥିବା ବେଳେ ଆସରର ଉପଦେଷ୍ଟା ପ୍ରଫେସର୍‌ ସଂଘମିତ୍ରା ମିଶ୍ର ଆଭିମୁଖ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ। ଡ. ଦେବାଶିଷ ମହାପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଡ. ହିମାଦ୍ରୀତନୟା ମିଶ୍ର ଓ ଡ. ଜ୍ୟୋତିପ୍ରଭା ମହାନ୍ତି ମନ୍ତ୍ରପାଠ କରିଥିଲେ। ସ୍ବରୁପା ସୂତାର ଓ ଚନ୍ଦ୍ରିକା ପ୍ରିୟଦର୍ଶିନୀଙ୍କ ସଂଯୋଜନାରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe