ଭୁବନେଶ୍ବର: ଜାପାନ ଇଣ୍ଟରନ୍ୟାସନାଲ କୋପରେସନ ଏଜେନ୍ସି(ଜାଇକା) ସହାୟତାପ୍ରାପ୍ତ ବନୀକରଣ ପ୍ରକଳ୍ପର ୧୪ତମ ଜାତୀୟ କର୍ମଶାଳା ଆଜି ଉଦ୍ଘାଟିତ ହୋଇଛି। ଓଡ଼ିଶା ବନ ପ୍ରକଳ୍ପ ଉନ୍ନୟନ ସଂସ୍ଥା ଦ୍ୱିତୀୟ ପର୍ଯ୍ୟାୟ(ଓଏଫ୍ଏସ୍ଡିପି-୨) ଓ ଜାଇକାର ମିଳିତ ସହାୟତାରେ ହୋଟେଲ ମେ’ ଫେୟାରରେ ଅନୁଷ୍ଠିତ କର୍ମଶାଳାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଉଦ୍ଘାଟନ କରି କହିଲେ ବିଶ୍ୱ ଜଳବାୟୁ ସଙ୍କଟର ମୁକାବିଲା, ପରିବେଶ ସୁରକ୍ଷା ଓ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ନିର୍ବାହ କ୍ଷେତ୍ରରେ ସୁସ୍ଥ ବନ୍ୟ ପରିସଂସ୍ଥାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତର ପ୍ରାକୃତିକ ସମ୍ପଦ ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ଦୁଇ ଦଶନ୍ଧି ହେଲା ଜାଇକା ନିରନ୍ତର ଭାବେ କାର୍ଯ୍ୟ କରୁଛି। ଏହି ସହଭାଗିତା ଆଦିବାସୀ ସମ୍ପ୍ରଦାୟ, ଅନୁସୂଚିତ ଜାତି ଓ ପଛୁଆ ବର୍ଗଙ୍କ ସ୍ୱାର୍ଥ ରକ୍ଷା କରିବାରେ ସହାୟକ ହୋଇଛି। ଓଏଫ୍ଏସ୍ଡିପି ଦ୍ୱିତୀୟ ପର୍ଯ୍ୟାୟ ୨୦୨୭ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବାରୁ ଏହାର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ‘ସମୃଦ୍ଧ ଓଡ଼ିଶା ୨୦୩୬’ ଓ ‘ବିକଶିତ ଭାରତ ୨୦୪୭’ର ବ୍ୟାପକ ସଂକଳ୍ପକୁ ପୂରଣ କରିବାକୁ ଓଡ଼ିଶା ନିମନ୍ତେ ଏହି ସହଯୋଗ ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଥିଲେ।
Avoid Valentine's Day Fraud: ଅର୍ଥ ସୂତ୍ର: ଭାଲେଣ୍ଟାଇନ୍ସ ଠକେଇରୁ ବଞ୍ଚନ୍ତୁ
Historical : ‘ଐତିହାସିକ, ସାଂସ୍କୃତିକ ମହାପୁରୁଷମାନେ ଅସ୍ମିତା ପୁରୁଷ’
ଜାଇକା ଇଣ୍ଡିଆର ବରିଷ୍ଠ ପ୍ରତିନିଧି ୱାକା ମାତ୍ସୁ ଯୋଗଦେଇ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତାବ ଆସିଲେ ଆମେ ସହଯୋଗର ହାତ ବଢ଼ାଇବୁ ବୋଲି ଆଶ୍ବାସନା ଦେଇଥିଲେ। ‘ଭବିଷ୍ୟତ ପାଇଁ ପ୍ରସ୍ତୁତ ବନୀକରଣ: ଜଳବାୟୁ ସହନଶୀଳତା, ଡିଜିଟାଲ୍ ରୂପାନ୍ତରଣ ଏବଂ ସ୍ଥାୟୀ ଅର୍ଥନୀତି’ ଶୀର୍ଷକ କର୍ମଶାଳାରେ ବନୀକରଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଓ ସ୍ଥାୟୀ ବିକାଶର ସମନ୍ୱୟ ଉପରେ ଗୁରୁତ୍ବାରୋପ କରାଯାଇଛି। ଉଦଘାଟନୀ ସମାରୋହରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଆଇଜି(ଇଏପି) କେ. ବି. ସିଂ, ଓଡ଼ିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ କେ. ମୁରୁଗେସନ୍, ଓଏଫ୍ଏସ୍ଡିପିର ପ୍ରକଳ୍ପ ନିର୍ଦ୍ଦେଶକ ଜି. ରାଜେଶ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/12/untitled-6-2026-02-12-07-45-51.jpg)