ଯୋଗଦେବେ ୮ ହଜାରରୁ ଊର୍ଧ୍ୱ ବିଶେଷଜ୍ଞ

Advertisment

୧୭ରୁ ରାଜଧାନୀରେ ସର୍ବଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସମ୍ମିଳନୀ

୧୭ରୁ ରାଜଧାନୀରେ ସର୍ବଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସମ୍ମିଳନୀ

ଯୋଗଦେବେ ୮ ହଜାରରୁ ଊର୍ଧ୍ୱ ବିଶେଷଜ୍ଞ

ଚନ୍ଦ୍ରଶେଖରପୁର: ୬୧ତମ ସର୍ବଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସମ୍ମିଳନୀ ଆସନ୍ତା ଜାନୁଆରି ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଆୟୋଜିତ ହେବ। ଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସଂଘ (ଫୋଗ୍‌ସି) ପକ୍ଷରୁ ଓଡ଼ିଶା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସଂଘ (ଏଓଜିଓ) ଏହି ସମ୍ମିଳନୀ ଆୟୋଜନ କରୁଛି। ଏହି ମେଗା ଇଭେଣ୍ଟରେ ଭାରତରୁ ପ୍ରାୟ ୮୦୦୦ରୁ ଊର୍ଧ୍ୱ ବିଶେଷଜ୍ଞ ଯୋଗଦେବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସେହିପରି ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ସମେତ ୟୁରୋପ, ପ୍ରଶାନ୍ତ ମହାସାଗରୀୟ ତଥା ଦକ୍ଷିଣ ଏସୀୟ ଦେଶସମୂହରୁ ୫୫ଜଣ ଖ୍ୟାତନାମା ସ୍ତ୍ରୀ ରୋଗ ବିଶେଷଜ୍ଞ ଏହି ସମ୍ମିଳନୀରେ ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି। ଦୀର୍ଘ ୧୬ବର୍ଷ ପରେ ତୃତୀୟ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମ ମାତୃ ଓ ନବଜାତକଙ୍କ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଉପରେ ଆଲୋଚନା ହେବ ବୋଲି ଏଆଇସିଓଜିର ସଂଗଠନ ସମିତି ସଭାପତି ତଥା ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପାଞ୍ଚ ଦିନ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ରାଜଧାନୀର ତିନିଟି ପ୍ରମୁଖ ମେଡିକାଲ୍‌ କଲେଜରେ ୧୧ଟି କର୍ମଶାଳା ଅନୁଷ୍ଠିତ ହେବ। ୧୮ତାରିଖରେ ଜନତା ମଇଦାନରେ ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଯୋଗଦେବେ। ଫୋଗ୍‌ସିର ସଭାପତି ଡ. ରେଶ୍‌ମା ପାଇଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅନ୍ତରାଷ୍ଟ୍ରୀୟ ମହାସଂଘର ସଭାପତି ଡ. ଚିତ୍ତରଞ୍ଜନ ପୂରନ୍ଦରେ, ଆମେରିକୀୟ ସଂଘ ସଭାପତି ଡ. ଥୋମାସ ଗେଲ୍‌ହସ୍‌, ଯୁକ୍ତରାଜ୍ୟ ସଂଘର ସଭାପତି ଡ. ଲେସ୍‌ଲି ରିଗାନ୍‌, ପ୍ରଶାନ୍ତ ମହାସାଗରୀୟ ସଂଘର ସଭାପତି ଡ. ରୋହାନା ହାତୋତୁଆ, ଶ୍ରୀଲଙ୍କା ଏବଂ ଦକ୍ଷିଣ ଏସୀୟ ସଂଘର ସଭାପତି ଡ. ରୁବିନା ସୋହାଇଲ୍‌ ତଥା ପାକିସ୍ତାନର ସଭାପତି ପ୍ରମୁଖ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ସମିତି ସମ୍ପାଦକ ଡ. ହରପ୍ରସାଦ ପଟ୍ଟନାୟକ, ମୁଖ୍ୟ ପରାମର୍ଶଦାତା ଡ. ଏସ୍‌ କେ ମହାପାତ୍ର, ଡ. ଡି କେ ପଟ୍ଟନାୟକ, କୋଷାଧ୍ୟକ୍ଷ ଡ. ଜନ୍ମେଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe