ଭୁବନେଶ୍ୱର : ଭୁବନେଶ୍ୱରର ଅଗ୍ରଣୀ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ୟୁନାଇଟେଡ୍ ସ୍କୁଲ ଅଫ୍ ବିଜିନେସ୍ ମ୍ୟାନେଜ୍ମେଣ୍ଟ ପରିସରରେ ଅନୁଷ୍ଠାନର ଗବେଷଣାତ୍ମକ ଜର୍ଣ୍ଣାଲ୍ ‘ଅଭିଳାଷା’ ଉଦ୍ଘାଟିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ସୌମ୍ୟକାନ୍ତ ବଳବନ୍ତରାୟ ଗବେଷଣା କ୍ଷେତ୍ରରେ ଏହି ଜର୍ଣ୍ଣାଲ ଏକ ନୂତନ ଦିଗନ୍ତ ସୃଷ୍ଟି କରିବ ବୋଲି ମତପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଡ. କାହ୍ନଚରଣ ସ୍ୱାଇଁ, ଅଧ୍ୟକ୍ଷ ଡ. ଅଜିତ କୁମାର ସାହୁ ଓ ଡିନ୍ ପ୍ରଦୀପ କୁମାର ଦେ ଜର୍ଣ୍ଣାଲ ଉନ୍ମୋଚନ କରିଥିଲେ। ପ୍ରଫେସର୍ କୈଳାସ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।
ୟୁଏସ୍ବିଏମ୍ ପକ୍ଷରୁ ଜର୍ଣ୍ଣାଲ୍ ‘ଅଭିଳାଷା’ ଉନ୍ମୋଚିତ
Advertisment
Follow Us