ଟ୍ରେନ ଲାଇନକୁ ଡେଇଁ ସାମ୍ବାଦିକଙ୍କ ଆତ୍ମହତ୍ୟା: ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ

Advertisment
ଟ୍ରେନ ଲାଇନକୁ ଡେଇଁ ସାମ୍ବାଦିକଙ୍କ ଆତ୍ମହତ୍ୟା: ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ

ଭୁବନେଶ୍ବର: ଟ୍ରେନ ଲାଇନକୁ ଡେଇଁ ଜଣେ ସାମ୍ବାଦିକ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଟ୍ରେନ ଲାଇନରୁ ତାଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ କରିଛି ଜିଆରପି ପୁଲିସ। ଯୁବକଙ୍କ ନାମ ପାର୍ଥ ନାରାୟଣ ଦାସ। ତାଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରିର ଲମ୍ବିତଳ ଅଞ୍ଚଳରେ ବୋଲି କୁହାଯାଉଛି। ଏକ ଘରୋଇ ସାଟେଲାଇଟ ଚ୍ୟାନେଲରେ ସାମ୍ବାଦିକ ଥିବା ପୁଲିସ ଜାଣିବାକୁ ପାଇଛି।

ମୃତଦେହ ନିକଟରୁ ତାଙ୍କର ଆଇ କାର୍ଡ ଜବତ କରିଛି ପୁଲିସ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe