ମସ୍ତିସ୍କ କର୍କଟ ସହ ଲଢ଼ୁଛନ୍ତି ସାମ୍ବାଦିକ ସ୍ବାଧୀନଚେତା

Advertisment
ମସ୍ତିସ୍କ କର୍କଟ ସହ ଲଢ଼ୁଛନ୍ତି ସାମ୍ବାଦିକ ସ୍ବାଧୀନଚେତା

ଭୁବନେଶ୍ବର: ବ୍ରେନ୍ କ୍ୟାନସର ପୀଡ଼ିତ ଯୁବ ସାମ୍ବାଦିକ ସ୍ୱାଧୀନଚେତା ଦାସମହାପାତ୍ରଙ୍କୁ ରାଜ୍ୟପାଳ ରଘୁବର ଦାସ ସହଯୋଗର ହାତ ବଢ଼ାଇଛନ୍ତି। ବାପା-ମା ଓ ସ୍ବାଧୀନଚେତା ରାଜ୍ୟପାଳଙ୍କୁ ଭେଟିବା ପରେ ସେ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏଥିସହ ସ୍ବାଧୀନଚେତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। କେନ୍ଦୁଝର ଜିଲ୍ଲା ଭଟସାହି ପୂରଣ ବଜାର ପ୍ରଦୀପ କୁମାର ଦାସ ମହାପାତ୍ର ଓ ପ୍ରଭାସିନୀ ପଟ୍ଟନାୟକଙ୍କ ବଡ଼ପୁଅ ହେଉଛନ୍ତି ୪୧ ବର୍ଷୀୟ ସ୍ବାଧୀନଚେତା। ୧୨ ବର୍ଷ ଧରି ସେ ସାମ୍ବାଦିକତା କରୁଛନ୍ତି। ୨୦୧୦ରେ ତାଙ୍କର ବିବାହ ହୋଇଥିବା ବେଳେ ଗତ ବର୍ଷ ଯାଆଁଳା ପୁଅ- ଝିଅ ଜନ୍ମ ହୋଇଥିଲେ। କିନ୍ତୁ ଗତମାର୍ଚ୍ଚ ମାସରେ ତାଙ୍କର ବାମ ହାତ ଓ ଗୋଡ଼ ଅଚଳ ହୋଇଯିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ମସ୍ତିଷ୍କ କ୍ୟାନସର୍‌ ଜଣା ପଡ଼ିଥିଲା।

ସରକାରଙ୍କ ପ୍ରଦତ୍ତ ସାମ୍ବାଦିକ ସ୍ବାସ୍ଥ୍ୟବୀମା କାର୍ଡରୁ ପ୍ରଥମ ‌କେ ମୋର ଖର୍ଚ୍ଚ ବହନ କରାଯାଇପାରିଥିଲା। ୩ ମାସ ଧରି ସେଠାରେ ନିଜ ଖର୍ଚ୍ଚରେ ୬ଟି କେମୋ ନେବା ପରେ ସାମାନ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପରିବାର, ସାଙ୍ଗସାଥୀ ଓ କିଛି ବନ୍ଧୁଙ୍କ ସହଯୋଗରେ ପ୍ରାୟ ୧୪ ଲକ୍ଷ ଟଙ୍କ‌ା ଖର୍ଚ୍ଚ କରିଛନ୍ତି। ସୁସ୍ଥ ହେବାକୁ ହେଲେ ଲକ୍ଷ ଲକ୍ଷ ଟଙ୍କାର ଅବାଶ୍ୟକତା ରହିଛି। ଯାହା ସମ୍ବଳ ସବୁ ସରି ଯାଇଥିବାରୁ ସେ ଚିନ୍ତାରେ ପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ପାଇଁ ଆବେଦନ କରିଛନ୍ତି। ଏହା ବାଦ୍‌ ଅଧିକ ଟଙ୍କା ଆବଶ୍ୟକ ଥିବାରୁ ‘‘ସ୍ବାଧୀନଚେତା ଦାସ ମହାପାତ୍ର, ପଞ୍ଜାବ ନେସନାଲ୍‌ ବ୍ୟାଙ୍କ, କେନ୍ଦୁଝର, ଆକାଉଣ୍ଟ ନମ୍ବର-୪୦୭୬୦୦୦୪୦୦୦୧୯୩୮୮, ଆଇଏଫ୍‌ଏସ୍‌ସି କୋଡ୍‌-ପିୟୁଏନ୍‌ବି୦୪୦୭୬୦୦ କିମ୍ବା ଗୁଗୁଲ୍‌ ପେ ଓ ଫୋନ୍‌-ପେ ନମ୍ବର ୯୪୩୯୬୭୭୭୦୭ରେ ଆର୍ଥିକ ସହାୟତା କରିବାକୁ ପରିବାରବର୍ଗ ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe