ବରିଷ୍ଠ ନାଗରିକଙ୍କ ପାଇଁ ‘ଜୟ ଓଡ଼ିଶା’ର ସୁରକ୍ଷା ଅଭିଯାନ

Advertisment
ବରିଷ୍ଠ ନାଗରିକଙ୍କ ପାଇଁ ‘ଜୟ ଓଡ଼ିଶା’ର ସୁରକ୍ଷା ଅଭିଯାନ

ଭୁବନେଶ୍ୱର : ରାଜଧାନୀରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଜୟ ଓଡ଼ିଶା ପକ୍ଷରୁ ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଛି। ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଶହେ ଜଣ ବରିଷ୍ଠ ନାଗରିକ ପଞ୍ଜୀକୃତ କରାଯାଇଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଅନୁଷ୍ଠାନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ନେଇ ଏହାର ପ୍ରଥମ ବୈଠକ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। କମିସନରେଟ ପୁଲିସର ସିନିୟର ସିଟିଜେନ୍‌ ସେଲ୍‌ରେ ବରିଷ୍ଠ ନାଗରିକଙ୍କ ନାମ ପଞ୍ଜୀକରଣ, ସେମାନଙ୍କ ବିଭିନ୍ନ ସମସ୍ୟା ପାଇଁ ପୁଲିସର ସହାୟତା, ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଉପଲବ୍ଧ ବିଭିନ୍ନ ସୁବିଧା ଆଦି ବିଷୟରେ ସେମାନଙ୍କୁ ଅବଗତ କରାଇବା ଅଭିଯାନର ଲକ୍ଷ୍ୟ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ପୂର୍ବତନ ପ୍ରଶାସକ ସୁରେଶ ମନ୍ତ୍ରୀ, ଡ. ଏନ୍‌କେ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe