ଭୁବନେଶ୍ବର: ଆସନ୍ତା ୩୦ ତାରିଖ ସନ୍ଧ୍ୟା ୬ଟା ୪୫ରେ ନୟାପଲ୍ଲୀ ବିଜୁ ନାଟ୍ୟକେନ୍ଦ୍ର ପ୍ରେକ୍ଷାଳୟରେ ‘ଶତାବ୍ଦୀର କଳାକାର’ ତରଫରୁ ଆୟୋଜିତ କାର୍ଯ୍ୟକ୍ରମ ‘ନାଟ୍ୟଚକ୍ର’ରେ ସରସ୍ବତୀ ସମ୍ମାନ ବିଜେତା କବି ଓ ନାଟ୍ୟକାର ଜଗନ୍ନାଥ ପ୍ରସାଦ (ଜେ.ପି) ଦାସ ଯୋଗ ଦେବେ। ନାଟକ, ଗଳ୍ପ, ଉପନ୍ୟାସ, କବିତା ତଥା ପ୍ରବନ୍ଧ ଆଦି ବିଭିନ୍ନ ବିଭାଗରେ ସାହିତ୍ୟ ସୃଷ୍ଟି କରି ଶ୍ରୀ ଦାସ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ତାଙ୍କ ସହିତ ବାର୍ତ୍ତାଳାପ କରିବେ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ। ସୂଚନାଯୋଗ୍ୟ, ନାଟ୍ୟଚକ୍ର ହେଉଛି ଶତାବ୍ଦୀର କଳାକାର ଅନୁଷ୍ଠାନର ମାସିକ କାର୍ଯ୍ୟକ୍ରମ ଯେଉଁଥିରେ ଜାତୀୟସ୍ତରରେ ଖ୍ୟାତି ଲାଭ କରିଥିବା ନାଟ୍ୟବ୍ୟକ୍ତିତ୍ବଙ୍କ ସହ ଅନ୍ତରଙ୍ଗ ଆଲୋଚନା କରାଯାଇଥାଏ। ଏହି କାର୍ଯ୍ୟକ୍ରମରେ ଲେଖକ ଲେଖିକା, ବୁଦ୍ଧିଜୀବୀ, ଗବେଷକ ଓ ନାଟ୍ୟପ୍ରେମୀମାନେ ଯୋଗଦେବା ପାଇଁ ଅନୁଷ୍ଠାନର ସାଧାରଣ ସଂପାଦକ ଧୀର ମଲ୍ଲିକ ଅନୁରୋଧ କରିଛନ୍ତି।
‘ନାଟ୍ୟଚକ୍ର’ରେ ଜେ.ପି
Advertisment
Follow Us