ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ: ଭାରତୀୟ ସାହିତ୍ୟରେ ଭାଗବତର ସ୍ଥାନ ଗୁରୁତ୍ବପୂର୍ଣ୍ଣ

Advertisment
ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ: ଭାରତୀୟ ସାହିତ୍ୟରେ ଭାଗବତର ସ୍ଥାନ ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ରବୀନ୍ଦ୍ର ମଣ୍ଡପରେ ପାଳିତ ହୋଇଯାଇଛି। ଏଥିରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ଭାରତୀୟ ସାହିତ୍ୟରେ ରାମାୟଣ, ମହାଭାରତ ପରେ ଭାଗବତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି ବୋଲି ମତ ଦେଇଥିଲେ।

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଥିଲେ, ଓଡ଼ିଆ ସଂସ୍କୃତି ସହିତ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଦର୍ଶନକୁ ଯୋଡ଼ିବାରେ ଅତିବଡ଼ୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଉତ୍ତରପିଢିଙ୍କୁ ଓଡ଼ିଆ ଅସ୍ମିତା ସହ ପରିଚିତ କରାଇବାରେ ଅତିବଡ଼ୀଙ୍କ କୃତିତ୍ୱ ଅନୁପ୍ରେରିତ କରୁଥିବ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ଶାସ୍ତ୍ରୀୟ ଭାଷା ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା କହିଥିଲେ, ଭାଗବତରେ ଜୀବନ ଓ ମୃତ୍ୟୁ ମଧ୍ୟରେ ରହିଥିବା ଆଧ୍ୟାତ୍ମିକ ଭାବ ଅନ୍ତର୍ନିହିତ। ଓଡ଼ିଆ ଜାତିର ଶ୍ରଦ୍ଧା ଓ ଭକ୍ତିଭାବ ଭାଗବତରେ ବର୍ଣ୍ଣିତ ହୋଇଛି। ଓଡ଼ିଆଙ୍କ ଜାତୀୟ ଚରିତ୍ର, ଉଦାରତା, ସହନଶୀଳତା, ତ୍ୟାଗ ଓ ବିନମ୍ରତାର ଚିତ୍ର ଏହି ଗ୍ରନ୍ଥରେ ଉତ୍ତୋଳିତ ହୋଇଛି। ସଂସ୍କୃତି ବିଭାଗର ସଚିବ ସୁରେଶ ଚନ୍ଦ୍ର ଦଳାଇ ଓ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଯୋଗ ଦେଇ ଅତିବଡ଼ୀଙ୍କୁ ଓଡ଼ିଶାରେ ଭକ୍ତି ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ବୋଲି ମତବ୍ୟକ୍ତ କରିଥିଲେ।

ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏକାଡେମିର ସହସମ୍ପାଦକ ପ୍ରଦୀପ କୁମାର ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏକାଡେମିର ଉପସଭାପତି ସଂଗ୍ରାମ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥିମାନଙ୍କୁ ଉତ୍ତରୀୟ ତଥା ଭାଗବତ ସେଟ୍ ପ୍ରଦାନ କରାଯାଇଥିଲା। ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପୂର୍ବାହ୍ନରେ ସଂସ୍କୃତି ଭବନ ପରିସରସ୍ଥ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଅତିବଡ଼ୀଙ୍କ ଜନ୍ମସ୍ଥାନ ବ୍ରହ୍ମଗିରିସ୍ଥିତ କପିଳେଶ୍ୱରପୁରରେ ଅତିବଡ଼ୀ ଜଗନ୍ନାଥ ଦାସ ମେମୋରିଆଲ୍‌ ଟ୍ରଷ୍ଟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କୈଳାସ ଚନ୍ଦ୍ର ଟିକାୟତରାୟ, ସିଦ୍ଧେଶ୍ୱର ମହାପାତ୍ର, ବଦ୍ରୀ ମିଶ୍ର ଓ ଜ୍ଞାନାନନ୍ଦ ସାଗର କୁମାର ବେହେରା ଯୋଗଦେଇ ଅତିବଡ଼ୀଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe