କମଳା ନେହେରୁ ଛାତ୍ରୀ ଅପହରଣ ଓ ଦୁଷ୍କର୍ମ ଘଟଣା: ସମସ୍ତ ଅଭିଯୁକ୍ତ ନିର୍ଦୋଷରେ ଖଲାସ

Advertisment
ଛୋଟ ଭୁଲ ପାଇଁ କଂପାନି ବିରୋଧରେ ଅପରାଧିକ ମାମଲା ହେବନି

LAWNN

ଭୁବନେଶ୍ବର: ଚାରି ବର୍ଷ ତଳେ ରାଜଧାନୀରେ ଘଟିଥିବା ବହୁ ଚର୍ଚିତ କମଳା ନେହେରୁ କଲେଜ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ଆଜି ଖୋର୍ଧା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ରାୟ ପ୍ରକାଶ ପାଇଛି। ପୁଲିସ ଅଭିଯୁକ୍ତମାନଙ୍କ ଦେଇଥିବା ତଥ୍ୟ, ପ୍ରମାଣ ଅଭାବ ଓ ସାକ୍ଷୀମାନଙ୍କ ବୟାନରେ ତାଳମେଳ ନ ରହିବା କାରଣରୁ ମାନ୍ୟବର କୋର୍ଟ ମୁଖ୍ୟ ଅଭିଯୁକ୍ତ ସମେତ ୧୦ ଜଣଙ୍କୁ ନିର୍ଦୋଷରେ ଖଲାସ କରାଯାଇଛି। ସେମାନେ ହେଲେ, ରାଜା ରଂଜନ ଜେନା, ବାଳକୃଷ୍ଣ ଦାସ, ଗୁଣନିଧି ଜେନା, ଚାରୁବାଳା ଜେନା, ଆକାଶ ଜେନା, ଯତୀନ୍ଦ୍ର ପାତ୍ର, ନର୍ମଦା ପାତ୍ର ପ୍ରମୁଖ। ଅଭିଯୁକ୍ତମାନଙ୍କ ପକ୍ଷରୁ ମାମଲା ପରିଚାଳାନା‌ କରୁଥିବା ବରିଷ୍ଠ ଆଇନଜୀବୀ ବିରଞ୍ଚି ରାୟଙ୍କଠାରୁ ମିଳିଥିବା ସୂଚନା ମୁତାବକ, ୨୦୧୫ ମସିହା ଜାନୁଆରି ୨୭ତାରିଖରେ କଲେଜ ଛାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲ ଛକରୁ ରାଜା ଓ ତାର କେତେକ ସହଯୋଗୀ ଅପହରଣ କରି ନେଇଥିଲେ। ବାଟରେ ଛାତ୍ରୀଙ୍କୁ ମୃଦୁ ପାନୀୟ ଭିତରେ ନିଶା ବଟିକା ଦେଇ ଅଚେତ କରାଇ ରାଜଧାନୀ ଉପକଣ୍ଠ ହରିରାଜପୁର ନିକଟରେ ଥିବା ଏକ ନିକାଞ୍ଚନ ଘରେ ବାରମ୍ବାର ଦୁଷ୍କର୍ମ କରିଥିଲେ। ପରେ ଛାତ୍ରୀଙ୍କୁ ନେଇ ନିକଟରେ ଥିବା ଏକ ଶିବ ମନ୍ଦିରରେ ବିବାହ କରିଥିଲେ। ଛାତ୍ରୀଜଣକ ସେମାନଙ୍କ କବଳରୁ ଖସି ଆସି ମହିଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମହିଳା ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା। ପୁଲିସ ମୁଖ୍ୟ ଅଭିଯୁକ୍ତ ରାଜାଙ୍କ ସମେତ ଅନ୍ୟମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ମାମଲାର ଶୁଣାଣି ଜିଲ୍ଲା ଦୌରାଜଜଙ୍କ କୋର୍ଟ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe