ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

Advertisment
ନାବାଳିକାଙ୍କ ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍‌

Free Malaysia Today

ଭୁବନେଶ୍ବର: ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲାର ଶୁଣାଣି କରି ଭୁବନେଶ୍ବର ପୋକ୍ସୋ କୋର୍ଟ ଜଣେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଆଉ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ ହେବ ଅଭିଯୁକ୍ତ। ଅଭିଯୁକ୍ତ ଜଣକ ହେଉଛି, ସଂଜୟ ନାୟକ। ଘର ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ଅଞ୍ଚଳର ଏକ ବସ୍ତିରେ। ମିଳିଥିବା ସୂଚନା ମୁତାବକ, ୨୦୧୫ ମସିହାରେ ବସ୍ତି ଅଞ୍ଚଳରେ ଥିବା ଏକ ଖେଳ ପଡ଼ିଆରେ ନାବାଳିକା ଜଣକ ଖେଳୁଥିଲା। ଏହି ସମୟରେ ଅଭିଯୁକ୍ତ ସଂଜୟ ସେଠାରେ ପହଞ୍ଚି ନାବାଳିକାକୁ ଫୁସୁଲା ଫୁସୁଲି କରି ସାଇକେଲରେ ଏକ ବୁଦାମୂଳକୁ ନେଇ ଯାଇଥିଲା। ସେଠାରେ ଦୁଷ୍କର୍ମ କରିବା ପରେ ଏକ ପୋଖରୀ ଭିତରକୁ ଫିଙ୍ଗି ଦେବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ସେହି ବାଟ ଦେଇ ଯାଉଥିବା ଦୁଇ ଜଣ ବ୍ୟକ୍ତି ଏହା ଦେଖି ପାଟି କରିଥିଲେ। ପରେ ସଂଜୟ ସେଠାରୁ ଖସି ଯାଇଥିଲା। ଏ ନେଇ ନାବାଳିକାଙ୍କ ପରିବାର ଲୋକ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଅଭିଯୁକ୍ତ ସଂଜୟକୁ ଗିରଫ କରିଥିଲା। ପୀଡ଼ିତା ନାବାଳିକା ହୋଇଥିବାରୁ ମାମଲାର ଶୁଣାଣି ପୋକ୍ସୋ କୋର୍ଟରେ ଆରମ୍ଭ ହୋଇଥିଲା। ୧୨ଜଣ ସାକ୍ଷ୍ୟ, ୨୨ଟି କାଗଜପତ୍ର ଓ ଦୁଷ୍କର୍ମ ବେଳର ୭ଟି ଜିନିଷକୁ ପ୍ରମାଣ ଭାବେ ଗ୍ରହଣ କରାଯାଇଥିଲା। ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ବିଚାରପତି ସତ୍ୟନାରାୟଣ ପ୍ରଧାନ ଉପରୋକ୍ତ ରାୟ ଶୁଣାଇ ଥିଲେ। ସରକାରଙ୍କ ପକ୍ଷରୁ ଏହି ମାମଲାର ପରିଚାଳନା କରୁଥିଲେ ସ୍ବତନ୍ତ୍ର ପିପି ସୁବ୍ରତ ପ୍ରିୟଦର୍ଶୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe