ଛାତରୁ ଡେଇଁ ଆତ୍ମହତ୍ୟା!

Advertisment
ଛାତରୁ ଡେଇଁ ଆତ୍ମହତ୍ୟା!

Mangalorean.com

ଭୁବନେଶ୍ବର : ରାଜଧାନୀରେ ଗୁରୁବାର ସନ୍ଧ୍ୟାରେ ଜଣେ ଯୁବକ ଛାତ ଉପରୁ ତଳକୁ ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ସେ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ଘଟଣା ଘଟିଛି ଲକ୍ଷ୍ମୀସାଗର ଅଞ୍ଚଳରେ। ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ଶବ ସଂରକ୍ଷିତ ଗୃହରେ ରଖାଯାଇଛି। ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଯୁବକଜଣଙ୍କ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ। ସେ ମାନସିକ ରୋଗରେ ପୀଡିତ ଥିବା ପୁଲିସ ଜାଣିବାକୁ ପାଇଛି। ତେବେ ଆଜି ସନ୍ଧ୍ୟାରେ ଛାତ ଉପରୁ ତଳକୁ ପଡ଼ି ଯାଇଥିଲେ। ପରିବାରଲୋକ ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟା‌ଲରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଲକ୍ଷ୍ମୀସାଗର ଥାନାରେ ଏ ସଂକ୍ରାନ୍ତରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe