ଚନ୍ଦ୍ରଶେଖରପୁର :ଗତ ବୁଧବାରଠାରୁ ଚାଲିଥିବା ସାଇ ଇଣ୍ଟର୍ନ୍ୟାସନାଲ ସ୍କୁଲର ପ୍ଳେ ସ୍କୁଲ୍ ସାଇ ଆଙ୍ଗନ୍ର ସାଂସ୍କୃତିକ ଉତ୍ସବ ଜୁନିୟର୍ କନଫ୍ଲୁଏନ୍ସ-୨୦୧୮ ଆଜି ଉଦ୍ଯାପିତ ହୋଇଯାଇଛି। ସ୍କୁଲର ଇନ୍ଦ୍ରପ୍ରସ୍ଥ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ଳେ ଗ୍ରୁପ୍ରୁ କ୍ଳାସ୍-୩ ପର୍ଯ୍ୟନ୍ତ କୁନି କୁନି ଛାତ୍ରଛାତ୍ରୀ ଭାଗ ନେଇଥିଲେ। ତିନିଟି ବିଷୟବସ୍ତୁ ଯେପରିକି ପିଲାମାନେ କିପରି ଖୁସି ରହିବେ, ଭାରତୀୟ ଲୋକନୃତ୍ୟ ଓ ପର୍ବପର୍ବାଣୀ ଉପରେ ଆଧାରିତ ଥିଲା। ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ମନରେ ଜାତୀୟ ଏବଂ ସ୍ଥାନୀୟ ସାଂସ୍କୃତିକ ପରମ୍ପରା ବିଷୟରେ ଗଭୀର ଆଲୋକପାତ କରିଥାଏ। ଏହି ଅବସରରେ ଅଧ୍ୟକ୍ଷ ହରିଶ ସାନ୍ଦୁଜା କହିଲେ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ମାନସିକତା ବୃଦ୍ଧିରେ ସହାୟକ ହୋଇଥାଏ।ସ୍କୁଲର ଚେୟାରମ୍ୟାନ୍ ବିଜୟ କୁମାର ସାହୁ ଏହିପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକତା ଏବଂ ଦେଶର ଲୋକନୃତ୍ୟ ଏବଂ ପର୍ବପର୍ବାଣୀ ସମ୍ବନ୍ଧୀୟ ଧାରଣା ଜାଗ୍ରତ କରୁଥିବା ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଇସ୍ ଚେୟାରମ୍ୟାନ୍ ଶିଳ୍ପୀ ସାହୁ, ଉପାଧ୍ୟକ୍ଷ ନୀଳକଣ୍ଠ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଜୁନିୟର୍ କନଫ୍ଲୁଏନ୍ସ୍-୨୦୧୮
Advertisment
Follow Us