ଲୋକଦେଖାଣିଆ ସୌନ୍ଦର୍ଯ୍ୟକରଣ

Advertisment
ଲୋକଦେଖାଣିଆ ସୌନ୍ଦର୍ଯ୍ୟକରଣ

ଭୁବନେଶ୍ୱର: ବିକାଶ ନାଁରେ ପୂରା ଭୁବନେଶ୍ୱରକୁ ଖୋଳି ତାଡ଼ି ବିଧ୍ୱସ୍ତ କରିଦିଆଯାଇଛି। ଦୀର୍ଘସ୍ଥାୟୀ ଯୋଜନା ପାଇଁ ସହରର ସୌନ୍ଦର୍ଯ୍ୟକରଣକୁ ବଳି ପକାଇ ଦିଆଯାଇଛି। ଏପରିକି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବହୁ ପ୍ରକଳ୍ପ ହେଉଥିଲେ ହେଁ ଏହାର ରକ୍ଷଣାବେକ୍ଷଣ କରାଯାଉନି। ‘ସରକାର କା ମାଲ୍‌ ଦରିଆ ମେଁ ଡାଲ୍‌’ ବୋଲି ଖୋଦ୍‌ ସରକାରୀ ବାବୁମାନେ ଭାବି ନେଇଛନ୍ତି। ବିଡିଏ, ବିଏମ୍‌ସିର କେତେକ ବେପରୁଆ ଅଧିକାରୀଙ୍କ ପାଇଁ ସବୁଜ ସୁନ୍ଦର ଭୁବନେଶ୍ୱରର ସୌନ୍ଦର୍ଯ୍ୟ ଓ ସବୁଜିମା ଧ୍ୱଂସ ହୋଇଗଲାଣି। ଯାହାର ଉଦାହରଣ ରାଜଧାନୀର ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ଦେଖିଲେ ଜଣାପଡ଼ୁଛି।

publive-image

ଏସିଆନ୍‌ ଆଥଲେଟିକ୍ସ ମିଟ୍‌ ପାଇଁ ପୂରା ରାଜଧାନୀକୁ ସଜେଇ ଦିଆଯାଇଥିଲା। କାନ୍ଥ ବାଡ଼ ଚାରିଆଡ଼େ ରଙ୍ଗବେରଙ୍ଗର ଚିତ୍ର ଆଙ୍କି, ଫୁଲ ଗଛ ଲଗାଇ, ଘାସ ଗାଲିଚା ବିଛାଇ ଦିଆଗଲା। ଏଥିପାଇଁ ବିଡିଏ ରାତାରାତି କୋଟି କୋଟି ଟଙ୍କା ଖର୍ଚ୍ଚ କଲା। କିନ୍ତୁ ପ୍ରତିଯୋଗିତା ସରିବା ପରେ ଏଗୁଡ଼ିକ ଅଲୋଡ଼ା ହୋଇଗଲା। କେଉଁଠି ସୌନ୍ଦର୍ଯ୍ୟକରଣ ହୋଇଥିଲା ତା’ର ଚିହ୍ନବର୍ଣ୍ଣ ଏବେ ମିଳୁନି। ଏସିଆନ୍‌ ଆଥଲେଟିକ୍ସ ମିଟ୍‌ ପାଇଁ ରାଜମହଲ ଛକକୁ ନୂଆ ରୂପ ଦିଆଯାଇଥିଲା। ଏଠାରେ ଓଭରବ୍ରିଜ୍‌ ତଳ ମେଡିଆନ୍‌ରେ କୃତ୍ରିମ ଘାସ ବିଛାଇବା ସହ ଫୁଲ କୁଣ୍ଡ ରଖାଯାଇଥିଲା। କେବଳ ରାଜମହଲ ଛକ ନୁହେଁ ଜୟଦେବ ବିହାର ଛକ, କଳିଙ୍ଗ ଷ୍ଟାଡିୟମର ଗେଟ୍‌ ନଂ-୯ ସମ୍ମୁଖରେ ବି ବିଡିଏ ପକ୍ଷରୁ ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ବିଡିଏର ଉଦ୍ୟାନକୃଷି ବିଭାଗ ଏବଂ ବିଏମ୍‌ସିର ଥିଲା। ହେଲେ ଏହା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଖାମଖିଆଲି ଏବଂ ଅପାରଗତା ଯୋଗୁଁ ଆଜି ଭୁବନେଶ୍ୱରର ସୌନ୍ଦର୍ଯ୍ୟରେ ଦାଗ ଲାଗିଯାଇଛି।
ଫଟୋ: ବିଭୂତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe