ଲକ୍‌ଡାଉନରେ ନାବାଳିକା ଗଣଦୁଷ୍କର୍ମ ମାମଲା: ଓଟିଭି ଏମ୍‌ଡିଙ୍କୁ ମହିଳା କମିସନ୍‌ଙ୍କ ସମନ

Advertisment

ରିପୋର୍ଟ ଦାଖଲ ପାଇଁ ୩ ସପ୍ତାହ ସମୟ ନେଲା ପୁଲିସ

ରିପୋର୍ଟ ଦାଖଲ ପାଇଁ ୩ ସପ୍ତାହ ସମୟ ନେଲା ପୁଲିସ

ଲକ୍‌ଡାଉନରେ ନାବାଳିକା ଗଣଦୁଷ୍କର୍ମ ମାମଲା: ଓଟିଭି ଏମ୍‌ଡିଙ୍କୁ ମହିଳା କମିସନ୍‌ଙ୍କ ସମନ

Odisha Bytes

ଭୁବନେଶ୍ବର: ଲକ୍‌ଡାଉନ ସମୟରେ ରାଜଧାନୀରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ ମହିଳା କମିସନ ପୁଣି ଓଟିଭି ଏମ୍‌ଡି ଜାଗିମଙ୍ଗତ୍‌ ପଣ୍ଡାଙ୍କୁ ସମନ କରିଛନ୍ତି। ଅକ୍ଟୋବର ୧ ତାରିଖରେ ତାଙ୍କୁ କମିସନଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସମନ କରାଯାଇଛି। ଭୁବନେଶ୍ବର ଡିସିପିଙ୍କ ଜରିଆରେ ଏହି ସମନ ପଠାଯାଇଛି ବୋଲି ମହିଳା କମିସନ ଅଧ୍ୟକ୍ଷା‌ ମିନତି ବେହେରା କହିଛନ୍ତି। ଗତକାଲି ଶ୍ରୀମତୀ ପଣ୍ଡା ମହିଳା କମିସନ କାର୍ଯ୍ୟାଳୟରେ ହାଜର ହୋଇଥିଲେ ମଧ୍ୟ ଶୁଣାଣି ସମୟରେ ଉପସ୍ଥିତ ରହି ପାରି ନଥିଲେ। ତେଣୁ ପୁଣିଥରେ ହାଜର ହେବା ପାଇଁ ସମନ କରାଯାଇଛି ବୋଲି କମିସନ୍‌ ଅଧ୍ୟକ୍ଷା ଶ୍ରୀମତୀ ବେହେରା କହିଛନ୍ତି।

ଅନ୍ୟପକ୍ଷରେ ଏହି ମାମଲାରେ ପୁଲିସ ପକ୍ଷରୁ କି ପଦକ୍ଷେପ ନିଆଯାଇଛି ବୋଲି ୧୫ଦିନ ଭିତରେ ରିପୋର୍ଟ ପ୍ରଦାନ କରିବା ପାଇଁ ଡିସିପିଙ୍କୁ ମହିଳା କମିସନ୍‌ ନିର୍ଦେଶ ଦେଇଥିଲେ। ମାତ୍ର ଗତ ୨୦ ତାରିଖରେ ଏହି ଅବଧି ସରିଥିଲେ ହେଁ ପୁଲିସ ରିପୋର୍ଟ ଦାଖଲ କରି ପାରିନାହିଁ। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ କମିସନରେଟ ପୁଲିସ ଆଉ ୧୫ଦିନ ସମୟ ନେଇଛି ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ପୀଡ଼ିତା ନାବାଳିକାଙ୍କ ମା’ ମହିଳା କମିସନଙ୍କୁ ଭେଟି ତାଙ୍କ ଝିଅକୁ ଗଣଦୁଷ୍କର୍ମ କରାଯାଇଥିବା ବାବଦରେ ଲିଖିତ ଭାବେ ଜଣାଇଥିଲେ। ଏହି ମାମଲାରେ ଓଟିଭି କର୍ମଚାରୀଙ୍କ ସମ୍ପୃକ୍ତି ରହିଛି ବୋଲି ସେ ସିଧାସଳଖ ଓଟିଭି ଏମ୍‌ଡିଙ୍କୁ ଜଣାଇଥିଲେ। କିନ୍ତୁ ନିଜ କର୍ମଚାରୀଙ୍କୁ ସୁରକ୍ଷା ଦେବା ସହ ମାମଲାକୁ ଚପାଇବାକୁ ଓଟିଭି ଏମ୍‌ଡି ଚେଷ୍ଟା କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଲିଖିତ ଅଭିଯୋଗ ସହ ଅଡିଓ ବାର୍ତାଳାପ କ୍ଲିପ୍ ମଧ୍ୟ ଦାଖଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe