ଭୁବନେଶ୍ୱରରେ ଖୋଲିବ କିଶୋର ନ୍ୟାୟ ବୋର୍ଡ (ଜେଜେବି)

Advertisment
ପଡ଼ି ରହିଛି ଶହ ଶହ ମାମଲା, ଜେଲ୍‌ରୁ ମୁକୁଳିଲେଣି ୫୬୭୦ କଏଦୀ

BBC.com

ଭୁବନେଶ୍ବର: ଭୁବନେଶ୍ବରରେ ଖୋଲିବ ଜେଜେବି(କିଶୋର ନ୍ୟାୟ ବୋର୍ଡ)। ଏ ନେଇ ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଖୋର୍ଧା ଜିଲ୍ଲା ପାଇଁ ଗୋଟିଏ ବୋର୍ଡ ରହିଥିଲା। ସପ୍ତାହରେ ଭୁବନେଶ୍ବରରେ ୩ ଦିନ ଓ ଖୋର୍ଧାରେ ୩ଦିନ ବୋର୍ଡ ବୈଠକ ବସୁଥିଲା। କିନ୍ତୁ କ୍ରମାଗତ ଭାବରେ ଭୁବନେଶ୍ବରରେ ଆଇନ ସହ ଦ୍ବନ୍ଦ୍ବରେ ପଡ଼ୁଥିବା ନାବାଳକଙ୍କ ସଂଖ୍ୟା ବୃଦ୍ଧି ହେବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ନୂଆ ସଦସ୍ୟ ନିଯୁକ୍ତି ପାଇଁ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ବଡ଼ କଥା ହେଉଛି, ସପ୍ତାହରେ ୩ ଦିନ ଖୋର୍ଧା ଜେଜେବି ଭୁବନେଶ୍ବର ବିକଳ୍ପ ସମାଧାନ କୋଠାରେ ବସୁଛି। ଅଫିସ୍‌ ପାଇଁ ନିଜସ୍ବ କୋଠା ନାହିଁ। ତେବେ ୪ବର୍ଷ ତଳେ ଜଷ୍ଟିସ୍‌ ପିକେ ମହାନ୍ତି ବିଜେବି ନଗରରେ ଥିବା ନିଜର ୧୧୮ ଡିସିମିଲି ଜମି ସରକାରଙ୍କୁ ପ୍ରଦାନ କରିଥିଲେ। ଏଥିରେ ଜେଜେବି କୋଠା ନିର୍ମାଣ ପାଇଁ ସରକାରଙ୍କୁ ଲେଖିଥିଲେ। ଏହି ଜମି ଉପରେ ୩ ବର୍ଷ ମଧ୍ୟରେ କୋଠା ନିର୍ମାଣ ଶେଷ କରିବାକୁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶନାମା ଜାରି କରିଥିଲା। ଧାର୍ଯ୍ୟ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ଜମି ଉପରେ ଏବେ ପାଚେରି ମଧ୍ୟ ନିର୍ମାଣ ହୋଇ ପାରିନାହିଁ। କିନ୍ତୁ ଅଧିକାରୀଙ୍କ ଅପାରଗତା ଯୋଗୁଁ ଏ ପର୍ଯ୍ୟନ୍ତ ଏଥିରେ କୌଣସି ଅଗ୍ରଗତି ହୋଇପାରି ନାହିଁ। ଫଳରେଏହି ଜମି ପୁଣି ମୂଳ ବିଭାଗକୁ ଫେରି ଯିବାକୁ ବସିଛି। ତେବ‌େ ଏ ନେଇ ଏବେ ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ଜେଜେବି ପ୍ରତିଷ୍ଠା ନେଇ ଆଶା ସଂଚାର ହୋଇଛି।

ପ୍ରକାଶ ଥାଉକି, ୨୦୧୫ ମସିହାରେ ଜଷ୍ଟିସ୍‌ ପିକେ ମହାନ୍ତି ବିଜେବି ନଗର ମୌଜା ଖାତା ନମ୍ବର ୧୭୩ର ଦୁଇଟି ପ୍ଲଟ୍‌ରେ ୧୧୮ ଡିସିମିଲି ଜମି ସରକାରଙ୍କୁ ସମର୍ପଣ କରିଥିଲେ। ଏହି ଜାଗାରେ ଜେଜେବି କୋଠା ନିର୍ମାଣ ପାଇଁ ସେ ସର୍ତ୍ତ ରଖିଥିଲେ। ଗତ ୨୦୧୬ ମସିହାରେ ସାଧାରଣ ପ୍ରଶାସନ ବିଭାଗ ଏହି ଜମିକୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ହସ୍ତାନ୍ତର କରିଥିଲା। ଏଠାରେ ୩୬ ମାସ ବା ୩ ବର୍ଷ ମଧ୍ୟରେ କୋଠା ନିର୍ମାଣ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ନିର୍ଦ୍ଦେଶନାମା ମୁତାବକ, ଏହି ଜମି କେବଳ ଜେଜେବି କୋଠା ନିର୍ମାଣ ପାଇଁ ବ୍ୟବହୃତ ହେବ। ଧାର୍ଯ୍ୟ ଅବଧି ମଧ୍ୟରେ କୋଠା ଶେଷ ନ ହେଲେ ଜମି ମୂଳ ବିଭାଗ(ଜିଏ)କୁ ଫେରି ଆସିବ। ଏହି ଜମିକୁ ଚିହ୍ନଟ କରି ରାଜସ୍ବ ବିଭାଗ ଅଧିକାରୀମାନେ ମହିଳା ଓ ଶିଶୁ ବିକାଶ ବିଭାଗକୁ ଦଖଲ ଦେ‌ବେ। ଏହି ନିର୍ଦ୍ଦେଶନାମା ମୁତାବକ, ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗ ଖୋର୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା। ଜମିର ଚିହ୍ନଟ କରି ପାଚେରି ନିର୍ମାଣ କରିବା ପାଇଁ ପ୍ରାୟ ୫ ଲକ୍ଷ ଟଙ୍କା ଖୋର୍ଧା ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲା। ଖୋର୍ଧା ଜିଲ୍ଲାପାଳ ଭୁବନେଶ୍ବର ତହସିଲଦାରଙ୍କୁ ଚିଠି ଲେଖିଥିଲେ। ତହସିଲଦାର ଜମି ଚିହ୍ନଟ ପାଇଁ ସମ୍ପୃକ୍ତ ଆରଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ଆର୍‌ଆଇ ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାରେ ଜବରଦଖଲ ରହିଥିବ‌ା ଦେଖାଯାଇଥିଲା। କିଛି ଦିନ ପରେ ସେଠାରୁ ଜବରଦଖଲ ସମସ୍ୟା ସମାଧାନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe