ପୂର୍ବତନ କର୍ପୋରେଟର୍‌ଙ୍କ ନାଁରେ ନାବାଳିକା ଦୁଷ୍କର୍ମ ମାମଲା

ପୂର୍ବତନ କର୍ପୋରେଟର୍‌ଙ୍କ ନାଁରେ ନାବାଳିକା ଦୁଷ୍କର୍ମ ମାମଲା

DNA India

ଭୁବନେଶ୍ବର : ୬୫ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର୍‌ କାର୍ତ୍ତିକ ସୁନ୍ଦରରାୟଙ୍କ ବିରୋଧରେ ଭରତପୁର ଥାନା ଏକ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ୪ ଦିନ ତଳୁ ଏହି ମାମଲା ରୁଜୁ ହୋଇଥିଲେ ହେଁ ଆଜି ଲୋକଲୋଚନକୁ ଆସିଛି। ତେବ‌େ ଗିରଫଦାରୀ ଭୟରେ ସେ ଫେରାର୍‌ ଥିବା ଜଣାଯାଇଛି।

ଥାନାରେ ହୋଇଥିବା ଅଭିଯୋଗ ମୁତାବକ, କିଛି ଦିନ ତଳେ କାର୍ତ୍ତିକ ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲେ। ଏ ସଂପର୍କରେ ନାବାଳିକାଜଣଙ୍କ ପରିବାରଲୋକଙ୍କୁ ଜଣାଇବା ପରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ୍‌ ଏକ ମାମଲା ରୁଜୁ କରିବା ସହ ପୀଡ଼ିତା ଓ ତାଙ୍କ ମା’ଙ୍କ ବୟାନ ରେକର୍ଡ କରିଛି। ସେହିପରି ନାବାଳିକାଙ୍କ ଡାକ୍ତରୀମାଇନା ମଧ୍ୟ କରାଯାଇଛି। ତେବ‌େ ଥାନାରେ ଏ ମାମଲା ପହଞ୍ଚିଥିବା ଖବର ପାଇ କାର୍ତ୍ତିକ ଫେରାର୍‌ ହୋଇଯାଇଛନ୍ତି। ପୁଲିସ୍‌ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ଜଣାଯାଇଛି। ସୂଚନାଯୋଗ୍ୟ,୨୦୦୯ ମସିହାରେ ୱାର୍ଡ ନଂ-୬୫ରୁ କାର୍ତ୍ତିକ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳରୁ କର୍ପୋରେଟର୍‌ ଭାବେ ନିର୍ବାଚିତ ହୋଇଥିଲେ। ୨୦୨୨ ପୌର ନିର୍ବାଚନରେ ମଧ୍ୟ ସେ କର୍ପୋରେଟର୍‌ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe