Image Courtesy of Inshorts
ଭୁବନେଶ୍ବର : ଚାଇଲ୍ଡ ହେଲ୍ପଲାଇନ୍ ଓ ସୁନ୍ଦରପଦାର ରାଜେଶ କୁମାର ମିଶ୍ରଙ୍କ ସହାୟତାରେ ଜଣେ ନାବାଳକକୁ ଉଦ୍ଧାର କରାଯାଇଛି। ଉଦ୍ଧାର ନାବାଳକଜଣକ ହେଲା, ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାର ଏନ୍. ରାମବାବୁ।
ସୂଚନା ଅନୁସାରେ, ଛତ୍ରପୁର ଏସଡିଜେଏମ୍ କୋର୍ଟରେ କ୍ୟାଡର୍ ଏପିପି ଭାବେ କାର୍ଯ୍ୟରତ ରାଜେଶ କୁମାର ମିଶ୍ର ଟ୍ରେନ୍ରେ ନିଜ ଘର ଭୁବନେଶ୍ୱର ଫେରୁଥିବା ସମୟରେ ଅସହାୟ ଅବସ୍ଥାରେ ବୁଲୁଥିବା ନାବାଳକକୁ ଦେଖିଥିଲେ। ପିଲାଟି ତେଲୁଗୁ କହୁଥିବାରୁ ସେ ତା’ ଭାଷା ବୁଝି ନପାରି ଚାଇଲ୍ଡ ହେଲ୍ପଲାଇନକୁ ଯୋଗାଯୋଗ କରିଥିଲେ। ପରେ ଜଣେ ତେଲୁଗୁ ଦୋକାନୀ ସହାୟତାରେ ପିଲାର ଘରକୁ ଫୋନ କରି ଯୋଗାଯୋଗ କରାଯାଇଥିଲା। ପିଲାଟି କୌଣସି କାରଣବଶତଃ ଘରୁ ରାଗି ପଳାଇ ଆସିଥିବା ଜଣାପଡ଼ିଥିଲା। ପିଲାଟି ମାନସିକ ଅବସାଦଗ୍ରସ୍ତ ଥିବାରୁ ସେ ଠିକ୍ ଭାବେ କଥା ହୋଇପାରୁନାହିଁ। ତେଣୁ ବର୍ତ୍ତମାନ ଚାଇଲ୍ଡ ହେଲ୍ପଲାଇନ ସହାୟତାରେ ରହିଛି। ଖୁବ୍ଶୀଘ୍ର ପିଲାଟିର ପରିବାର ଭୁବନେଶ୍ବର ଆସି ତାକୁ ନେଇଯିବେ ବୋଲି ସୂଚନା ମିଳିଛି।
  
 Follow Us