ନାବାଳିକା ଆତ୍ମହତ୍ୟା ମାମଲା, ପ୍ରେମିକ ଗିରଫ

Advertisment
ବାଉଁଶ ଫାଳିଆରେ ପିଟି ପିଟି ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତ ସ୍ବାମୀକୁ ବାନ୍ଧିଲା ପୁଲିସ

Image Courtesy of NDTV

ଭୁବନେଶ୍ବର: ଗତ ୨୫ ତାରିଖରେ କେସୁରା ଅଞ୍ଚଳରେ ଘଟିଥିବା ନାବାଳିକା ଆତ୍ମହତ୍ୟା ମାମଲାରେ ଆଜି ସହିଦନଗର ଥାନା ପୁଲିସ ମୃତା ନାବାଳିକାର ପ୍ରେମିକକୁ ଗିରଫ କରିଛି। ସେ ହେଲେ ଲକ୍ଷ୍ମୀସାଗର ଥାନା ଝାରପଡ଼ାରେ ରହୁଥିବା ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳର ବରୁଣ ନାୟକ ଓରଫ୍ ପପୁ(୨୨)। ନାବାଳିକାକୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବା ଅଭିଯୋଗରେ ପୁଲିସ ପପୁକୁ କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ପଟିଆସ୍ଥିତ ଏକ ଘରୋଇ କଲେଜରେ ପଢ଼ୁଥିବା ପପୁ କେସୁରା ଅଞ୍ଚଳର ଉକ୍ତ ନାବାଳିକାଙ୍କୁ ଭଲପାଉଥିଲା। ଉଭୟଙ୍କ ପରିବାର ଲୋକ ଘଟଣା ବିଷୟରେ ଜାଣିବା ପରେ ଗଣ୍ଡଗୋଳ ହୋଇଥିଲା। ନାବାଳିକା ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ବିବାଦ ସୃଷ୍ଟି ହୋଇଥିଲା। ମିଳାମିଶା ବନ୍ଦ ହୋଇଯାଇଥିଲେ ହେଁ ପପୁ ନାବାଳିକାକୁ ଦେଇଥିବା ମୋବାଇଲ୍‌ ଫୋନ୍‌ ଦ୍ବାରା ସେମାନେ ଯୋଗାଯୋଗରେ ଥିଲେ। ମଝିରେ ମଝିରେ ପପୁ ଭୁବନେଶ୍ବର ଆସି ପ୍ରେମିକାକୁ ଭେଟୁଥିଲା। ଗତ ୨୩ ତାରିଖ ଦିନ ପପୁ ନାବାଳିକାଙ୍କ ପାଖକୁ ଆସିଥିଲା ଓ କୌଣସି କାରଣକୁ ନେଇ ଦୁଇ ଜଣଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ରାଗରେ ପପୁ ଉକ୍ତ ଫୋନ୍‌କୁ ଭାଙ୍ଗିଦେଇଥିଲା। ଗତ ୨୫ ତାରିଖରେ ନାବାଳିକା ଆତ୍ମହତ୍ୟା କରିଥିଲେ। ଏନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବାରୁ ପୁଲିସ ମାମଲା ରୁଜୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe