ଜ୍ୟୋତିବା ଫୁଲେଙ୍କ ଜୟନ୍ତୀ: ଶିକ୍ଷାରୁ କେହି ବଞ୍ଚିତ ହେବା ଉଚିତ ନୁହେଁ: ବୈଜୟନ୍ତ

Advertisment
ଜ୍ୟୋତିବା ଫୁଲେଙ୍କ ଜୟନ୍ତୀ: ଶିକ୍ଷାରୁ କେହି ବଞ୍ଚିତ ହେବା ଉଚିତ ନୁହେଁ: ବୈଜୟନ୍ତ

ଭୁବନେଶ୍ବର: ମହାନ ସମାଜ ସୁଧାରକ ଜ୍ୟୋତିବା ଫୁଲେଙ୍କ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଯୋଗଦେଇ ବାରଙ୍ଗ ରିଫ୍ୟୁଜି କଲୋନି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଠ୍ୟ ଉପକରଣ ଓ ଫଳ ବଣ୍ଟନ କରିଛନ୍ତି। ଶ୍ରୀ ପଣ୍ଡା ସକାଳେ ବିଦ୍ୟାଳୟରେ ପହଞ୍ଚି ଜ୍ୟୋତିବା ଫୁଲେ ଓ ତାଙ୍କ ପତ୍ନୀ ସାବିତ୍ରୀ ବାଇ ଫୁଲେଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏହି ଅବସରରେ ଶ୍ରୀ ପଣ୍ଡା କହିଥିଲେ ଯେ ଶିକ୍ଷାରୁ କେହି ବି ବଞ୍ଚିତ ହେବା ଉଚିତ ନୁହେଁ। ମହିଳା ଓ ଦଳିତମାନଙ୍କ ଶିକ୍ଷା ପାଇଁ ଜ୍ୟୋତିବା ଫୁଲେ ଓ ସାବିତ୍ରୀ ବାଇ ଫୁଲେ ଯେଉଁ ପଦକ୍ଷେପ ନେଇଥିଲେ ତାହା ଅତୁଳନୀୟ। କାର୍ଯ୍ୟକ୍ରମରେ ବାରଙ୍ଗ ବ୍ଲକ ଅନ୍ତର୍ଗତ ୩୨ ନମ୍ବର ଜୋନ୍‌ର ଜିଲ୍ଲା ପରିସଦ ସଦସ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀ, ଶ୍ରୀବନ୍ତପୁର ସରପଞ୍ଚ ସଞ୍ଜୟ ପାଣି, ସମିତି ସଭ୍ୟ କି‌ଷାନ କୁମାର ଜେନା, ମୋନାଲିସା ପ୍ରଧାନ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe