ଭୁବନେଶ୍ବର: ଶିଶୁପାଳଗଡ଼ ଡିଏଭି ପବ୍ଲିକ୍ ସ୍କୁଲରେ ସହୋଦୟ କମ୍ପ୍ଲେକ୍ସ ଭୁବନେଶ୍ବର ଚାପ୍ଟର ଇଣ୍ଟର ସ୍କୁଲ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୯ଟି ବିଦ୍ୟାଳୟର ପ୍ରତିଯୋଗୀମାନେ ଭାଗ ନେଇଥିଲେ। ବାଳକ ବିଭାଗରେ ଓଡିଏମ୍ ପବ୍ଲିକ୍ ସ୍କୁଲ ଓ ବାଳିକା ବିଭାଗରେ କଟକ ଡିପିଏସ୍ କଳିଙ୍ଗ ପ୍ରତିଯୋଗିତା ଜିତି ସହୋଦୟ ଟ୍ରଫି ଗ୍ରହଣ କରିଥିଲେ।
ଖଣ୍ଡଗିରି ସେଣ୍ଟ ଜାଭିୟର୍ ହାଇସ୍କୁଲ ଏବଂ ଖୋର୍ଦ୍ଧା ଅମୃତା ବିଦ୍ୟାଳୟମ୍ ରନର୍ସଅପ୍ ଟ୍ରଫି ଗ୍ରହଣ କରିଛନ୍ତି। ଓଡିଏମ୍ ପବ୍ଲିକ ସ୍କୁଲର ସାରାଂଶ ମହାନ୍ତି ଓ କଟକ ଡିପିଏସ୍ କଳିଙ୍ଗର ମଧୁସ୍ମିତା ସାହୁ ସର୍ବଶ୍ରେଷ୍ଠ ଖେଳାଳି ଭାବେ ଟ୍ରଫି ଗ୍ରହଣ କରିଛନ୍ତି। ବିଦ୍ୟାଳୟର ଚେୟାରମ୍ୟାନ୍ ଜିମୂତ ବରଣ ପଟ୍ଟନାୟକ, ଶିକ୍ଷାପରାମର୍ଶଦାତା ମନୋଜ କୁମାର ଭଦ୍ର, ସଂଚାଳିକା ମଧୁମିତା ଭଦ୍ର ଉପସ୍ଥିତ ରହି ସମସ୍ତ ମ୍ୟାନେଜର, କୋଚ୍, ପ୍ରତିଯୋଗୀ, ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେଇଥିଲେ।
Follow Us