ଭୁବନେଶ୍ୱର : ଧଉଳି ଶାନ୍ତିସ୍ତପ ନିକଟସ୍ଥ ଶୂନ୍ୟମନ୍ଦିର ପରିସରରେ କବି ଅକ୍ଷୟ ସ୍ୱାଇଁଙ୍କ ଦ୍ୱିତୀୟ କବିତା ସଂକଳନ ‘ଅକ୍ଷର ଅବିର’ ଉନ୍ମୋଚିତ ହୋଇଯାଇଛି। ଧଉଳି ଚାରୁକଳା ମହାବିଦ୍ୟାଳୟ ଆର୍ଟ କଲେଜର ଅଧ୍ୟକ୍ଷ ପଞ୍ଚାନନ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ କବି ତଥା ସିନେ ସଂଳାପକାର ରଜନୀ ରଂଜନ ଦାସ, ଔପନ୍ୟାସିକ ଅଜୟ ସ୍ୱାଇଁ ଏବଂ ଗାଳ୍ପିକ ହିମାଂଶୁ ହୋତା। ମଞ୍ଚରେ ଉପସ୍ଥିତ ଥିଲେ କବି ଅକ୍ଷୟ ସ୍ୱାଇଁ ଏବଂ ନବନୀତା ପ୍ରକାଶନୀର ମୁଖ୍ୟ ତଥା ଗାଳ୍ପିକ କ୍ଷେତ୍ରବାସୀ ନାଏକ। ଅତିଥି ପରିଚୟ ପ୍ରଦାନ କରିଥିଲେ କବି ପ୍ରିୟରଂଜନ ମହାନ୍ତି। ଶ୍ରୀଯୁକ୍ତ ସ୍ୱାଇଁଙ୍କ କବିତାର ନିଆରାପଣ ଏବଂ ବିଭିନ୍ନ ଦିଗ ଉପରେ ଅତିଥିମାନେ ଆଲୋଚନା କରିଥିଲେ। ଉନ୍ମୋଚିତ ପୁସ୍ତକର କେତୋଟି କବିତା ପଢ଼ିଥିଲେ କବି ନିରଂଜନ ନାୟକ, ପୂର୍ଣ୍ଣଚନ୍ଦ୍ର ମହାରଣା, ସ୍ୱାଗତିକା ସ୍ୱାଇଁ, ବାଦଲ ମହାନ୍ତି, ସମର ମହାନ୍ତି, ଅଭିନେତ୍ରୀ ସଙ୍ଗୀତା ପଟ୍ଟନାୟକ। ଏହି ଅବସରରେ ଅନ୍ତର୍ଯ୍ୟାମୀ ମିଶ୍ର ସଙ୍ଗୀତ ପରିବେଷଣ କରିଥିବାବେଳେ ନିଜସ୍ୱ ମତ ରଖିଥିଲେ ଗାଳ୍ପିକ ଆଶିଷ ଗଡ଼ନାୟକ। ଧନ୍ୟବାଦ ଅର୍ପଣ କରିଥିଲେ ଲେଖକ ଦିଲ୍ଲୀପ ସୁବୁଦ୍ଧି। ସମାରୋହରେ ଶିଳ୍ପୀ ତନୁଜ ମଲ୍ଲିକ, କମଳ ମହାନ୍ତି, ଦିଲ୍ଲୀପ ବେହୁରା, ରମାକାନ୍ତ ଗୋଚ୍ଛାୟତ, ମଣିରାମ ଜେନା, ଅସୀମା ସାହୁ, ସନ୍ତୋଷ ନାଏକ, ଲିଙ୍ଗରାଜ ମହାପାତ୍ର, ସୁଶାନ୍ତ ସାହୁ, ବିପିନ ବେହେରା, ଅମରେନ୍ଦ୍ର ମାଧବ ଦାସ ପ୍ରମୁଖ ଲେଖକଲେଖିକା ଉପସ୍ଥିତ ଥିଲେ।
କବିତା ସଂକଳନ ‘ଅକ୍ଷର ଅବିର’ ଉନ୍ମୋଚିତ
Advertisment
Follow Us