ଭୁବନେଶ୍ବର: ଓଡ଼ିଆ ଝିଅ ଡା. କାଜଲ ମହାପାତ୍ର ଗ୍ଲୋବାଲ ମିସ୍ ଏସିଆ ଇଣ୍ଟରନ୍ୟାସନାଲର ଇଣ୍ଡିଆ ମୁକୁଟ ପିନ୍ଧିଛନ୍ତି। ଗତ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଆଗ୍ରାର ଦ’ ରିଟ୍ରିଟ୍ଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ସେ ଟ୍ୟାଲେଣ୍ଟ, ପୁଲ୍, ଏଥନିକ୍, ଫର୍ମାଲ, ଇଣ୍ଟ୍ରୋ, କୁଏଏ ଭଳି ରାଉଣ୍ଡରେ ୬୦ଜଣ ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇ ଟାଇଟଲ୍ ଜିତିଛନ୍ତି। ଭୁବନେଶ୍ବରରେ ରହୁଥିବା କାଜଲଙ୍କ ଛୋଟ ବେଳୁ ମଡେଲିଂ ଓ ଫ୍ୟାସନ୍ରେ ପ୍ରବଳ ରୁଚି ରହିଛି। ତାଙ୍କର ଏହି ସଫଳତାର ସବୁ ଶ୍ରେୟ ସେ ତାଙ୍କ ମା’ ବେବି ଶତପଥୀ ଓ ବାପା ପ୍ରମୋଦ କୁମାର ମହାପାତ୍ରଙ୍କୁ ଦେଇଛନ୍ତି।
ଆଗାମୀ ଦିନରେ ସେ ଥାଇଲାଣ୍ଡରେ ହେବାକୁ ଥିବା ଅନ୍ତରାଷ୍ଟ୍ରୀୟ ସୁନ୍ଦରୀ ପ୍ରତିଯୋଗିତାରେ ଦେଶକୁ ଗୌରବାନ୍ବିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। କାଜଲ ମଣିପାଲ୍ ବିଶ୍ବବିଦ୍ୟାଳୟରେ ଡେଣ୍ଟିଷ୍ଟ କୋର୍ସ କରିଛନ୍ତି।
Follow Us