କାଳବୈଶାଖୀ ପ୍ରଭାବ‌: ଉପକଣ୍ଠରେ ବ୍ୟାପକ କ୍ଷୟକ୍ଷତି, ୧୯ ଘଣ୍ଟା ପରେ ସ୍ବାଭାବିକ ହେଲା ବିଦ୍ୟୁତ୍‌ ସରବରାହ

କାଳବୈଶାଖୀ ପ୍ରଭାବ‌: ଉପକଣ୍ଠରେ ବ୍ୟାପକ କ୍ଷୟକ୍ଷତି, ୧୯ ଘଣ୍ଟା ପରେ ସ୍ବାଭାବିକ ହେଲା ବିଦ୍ୟୁତ୍‌ ସରବରାହ

ବାଲିଅନ୍ତା/ବାଲିପାଟଣା : ଶନିବାର ସଂଧ୍ୟାରେ ହୋଇଥିବା କାଳବୈଶାଖୀ‌‌‌ରେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଘଣ୍ଟାଏ ଧରି ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହିବାରୁ ବଡ଼ ବଡ଼ ଗଛଗୁଡ଼ିକର ଡାଳ ଭାଙ୍ଗି ରାସ୍ତା ଅବରୋଧ ହୋଇଯାଇଥିଲା। ସେହିପରି ଗଛ ଡାଳ ପଡ଼ି କିଛି ଲୋକଙ୍କ ଆଜବେଷ୍ଟସ୍‌ ଓ ଟିଣ ଚାଦର ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ତେବ‌େ ଏହି ଝଡ଼ବତାସ ଯୋଗୁଁ ବେଶି କ୍ଷତିଗ୍ରସ୍ତ ହୋଇଛି ବିଦ୍ୟୁତ୍‌ ସେବା। ପ୍ରବଳ ବେଗରେ ପବନ ବହିବା ଯୋଗୁଁ କିଛି ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ପଡ଼ିବା ସହ ତାର ଛିଣ୍ଡି ଯାଇଥିଲା। ତେବ‌େ ପ୍ରାୟ ୧୯ ଘଣ୍ଟା ପରେ ଆଜି ଅପରାହ୍‌ଣ ପ୍ରାୟ ୧ଟା ବେଳେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିଲା।

ସୂଚନାଯୋଗ୍ୟ, ବାଳକାଟି, ବାଲିପାଟଣା, ଭିଙ୍ଗାରପୁର ଓ ଫୁଲନଖରା ବିଦ୍ୟୁତ୍‌ ସେକ୍ସନ୍‌ ପକ୍ଷରୁ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯାଇଥାଏ। କିନ୍ତୁ ଗତ ରାତିରୁ ଲାଇନ୍‌ ନଥିବା ସାଙ୍ଗକୁ ପାଗ ଗୁଳଗୁଳି ରହିବା ଯୋଗୁଁ ଲୋକମାନେ ଆଜି ଦିନବେ‌ଳା ହନ୍ତସନ୍ତ ହୋଇଥିଲେ। ଅପରାହ୍‌ଣ ପ୍ରାୟ ସାଢ଼େ ୧ଟା ବେଳକୁ ବିଦ୍ୟୁତ୍‌ ଯୋଗାଣ ସମ୍ଭବ ହୋଇଥିଲା। ହେଲେ ରାତି ଯାଏ ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ସମସ୍ୟା ଲାଗି ରହିଥିବାରୁ ଏହାକୁ ନେଇ ସାଧାରଣ‌‌ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ‌ସେହିପରି ବର୍ଷା, ପବନ ଯୋଗୁଁ ଫୁଲ ଉଡ଼ାଉଥିବା ଧାନ ମଧ୍ୟ କ୍ଷୟକ୍ଷତି ହେବାର ଯଥେଷ୍ଟ ଆଶଙ୍କା ରହିଥିବା ଜଣେ ଚାଷୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe