କାଳବୈଶାଖୀର ତାଣ୍ଡବ: ୪୮ କିମି ବେଗରେ ପବନ, ୨୬ ମିମି ବର୍ଷା

Advertisment

ସକାଳ ସାଢ଼େ ୮ଟା ବେଳକୁ ରାଜଧାନୀ ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। ଦିନରେ ସୃଷ୍ଟି ହୋଇଗଲା ସନ୍ଧ୍ୟା। ଘଡ଼ଘଡ଼ି ସାଙ୍ଗକୁ ଆରମ୍ଭ ହୋଇଯାଇଥିଲା ତୁହାକୁ ତୁହା ବର୍ଷା ଓ ପବନ। ପ୍ରାୟ ଏକ ଘଣ୍ଟା ଧରି ରାଜଧାନୀରେ କାଳବୈଶାଖୀ ରଚିଥିଲା ଏଭଳି ତାଣ୍ଡବ।

ସକାଳ ସାଢ଼େ ୮ଟା ବେଳକୁ ରାଜଧାନୀ ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। ଦିନରେ ସୃଷ୍ଟି ହୋଇଗଲା ସନ୍ଧ୍ୟା। ଘଡ଼ଘଡ଼ି ସାଙ୍ଗକୁ ଆରମ୍ଭ ହୋଇଯାଇଥିଲା ତୁହାକୁ ତୁହା ବର୍ଷା ଓ ପବନ। ପ୍ରାୟ ଏକ ଘଣ୍ଟା ଧରି ରାଜଧାନୀରେ କାଳବୈଶାଖୀ ରଚିଥିଲା ଏଭଳି ତାଣ୍ଡବ।

gdgdcvcv

ଭୁବନେଶ୍ବର: ସକାଳ ସାଢ଼େ ୮ଟା ବେଳକୁ ରାଜଧାନୀ ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। ଦିନରେ ସୃଷ୍ଟି ହୋଇଗଲା ସନ୍ଧ୍ୟା। ଘଡ଼ଘଡ଼ି ସାଙ୍ଗକୁ ଆରମ୍ଭ ହୋଇଯାଇଥିଲା ତୁହାକୁ ତୁହା ବର୍ଷା ଓ ପବନ। ପ୍ରାୟ ଏକ ଘଣ୍ଟା ଧରି ରାଜଧାନୀରେ କାଳବୈଶାଖୀ ରଚିଥିଲା ଏଭଳି ତାଣ୍ଡବ। ବିଶେଷ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାରୁ ଅନେକ ସ୍ଥାନରେ ଗଛ ଭାଙ୍ଗିପଡ଼ିଥିଲା। ଲୋୟର ପିଏମ୍‌ଜି ରାସ୍ତାପାର୍ଶ୍ବରେ ଥିବା ଘର ଉପରେ ଏକ ଗଛ ଉପୁଡ଼ି ପଡ଼ିଥିଲା। ଜନପଥ, ଜୟଦେବ ବିହାର-ନନ୍ଦନକାନନ ରାସ୍ତା, ଖଣ୍ଡଗିରି, ଘାଟିକିଆ, ପଟିଆ, ଇନ୍‌ଫୋସିଟି, ଗଜପତିନଗର, ରଘୁନାଥପୁର, ରସୁଲଗଡ଼ ଅଞ୍ଚଳରେ ଗଛ ଭାଙ୍ଗିପଡ଼ିବାରୁ ବ୍ୟାପକ କ୍ଷତି ହୋଇଛି। 

ପବନ ସହ ବର୍ଷା ହେବାରୁ ଇସ୍କନ୍‌ ସମ୍ମୁଖ, କଳିଙ୍ଗ ହସ୍ପିଟାଲ ଛକ, ବମିଖାଲ ପ୍ରଭୃତି ସ୍ଥାନରେ ବର୍ଷା ପାଣି ଜମି ରହିଥିଲା। ପୂର୍ବାହ୍ନ ୧୧ଟା ବେଳକୁ ବର୍ଷା, ପବନ ଛାଡ଼ିଯାଇଥିଲା। ବର୍ଷା ପବନ ଯୋଗୁଁ ସହରର ଅନେକ ସ୍ଥାନରେ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଥିଲା। କେଉଁଠି ଦୁଇରୁ ତିନି ତ ଆଉ କେଉଁଠି ୬ ଘଣ୍ଟା ଧରି ବିଦ୍ୟୁତ୍‌ ସଂଯୋଗ ହୋଇପାରି ନ ଥିଲା। ଓଡ଼ିଶା ଅଗ୍ନିଶମ ବିଭାଗର ୧୫ଟି ଟିମ୍‌ ଭୁବନେଶ୍ବର ଓ କଟକର ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇ ସେବା ‌ଯୋଗାଇଛନ୍ତି। ରାତିରେ ପୁଣିଥରେ ବର୍ଷା ଆରମ୍ଭ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗିରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ  କଟକ, ଖୋର୍ଦ୍ଧା, ପୁରୀ ଜିଲ୍ଲାରେ ସକାଳୁ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇଥିଲା। ଭୁବନେଶ୍ବରରେ ଘଣ୍ଟା ପ୍ରତି ୩୭ କିମି ବେଗରେ ପବନ ହୋଇଛି। ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟାପ୍ରତି ୪୮ କିମି ଛୁଇଁଥିଲା। ଏହି ସମୟରେ ଭୁବନେଶ୍ବରରେ ୨୬ ମିମି ବର୍ଷା ହୋଇଛି। ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଭୁବନେଶ୍ବର ସମେତ ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାରେ ସାମୁଦ୍ରିକ ପବନ ବହିବା ହେତୁ ତାପମାତ୍ରା କମ୍‌ ରହିବ। ଶନିବାର ଭୁବନେଶ୍ବର ତାପମାତ୍ରା ପ୍ରାୟ ୨ ଡିଗ୍ରି ବଢ଼ିବ ଓ ୨୭ ତାରିଖ ପର୍ଯ୍ୟନ୍ତ ୩୬ରୁ ୩୮ ଡିଗ୍ରି ମଧ୍ୟରେ ରହିପାରେ। ୨୮ ତାରିଖରେ ୩୪ରୁ ୩୫ ଡିଗ୍ରି ହୋଇପାରେ ବୋଲି ସେ କହିଛନ୍ତି।

ରାତିରେ ବି ବର୍ଷିଲା, ୫ ଘଣ୍ଟା ବିଜୁଳି କଟିଲା

୫ ଘଣ୍ଟା ବିଜୁଳି କଟିଲା

ପୁରୁଣା ଭୁବନେଶ୍ବର: କାଳବୈଶାଖୀ ବର୍ଷା ସହ ପବନ ଯୋଗୁ ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିବାରୁ ବିଦ୍ୟୁତ୍‌ ତାର ଛିଣ୍ଡିଯାଇଛି। ତେଣୁ ବିଭିନ୍ନ ସ୍ଥାନରେ ୫ ଘଣ୍ଟା ଧରି ବିଜୁଳି ସଂଯୋଗ ହୋଇପାରି ନ ଥିଲା। ପୁରୁଣା ଭୁବନେଶ୍ୱରର ତାରାସୁନ୍ଦରୀ ରୋଡ୍‌ରେ ଏକ ବିରାଟ ଗଛ ଉପୁଡ଼ି ପଡ଼ିବାରୁ ରାସ୍ତା ଅବରୋଧ ହୋଇଥିଲା। ଏଥିସହ ପାଖରେ ଯାଇଥିବା ୧୧କେଭି ତାର ମଧ୍ୟ ଛିଣ୍ଡି ଯାଇଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ସମ୍ଭବପର ହୋଇପାରି ନ ଥିଲା। ନାଗେଶ୍ୱର, ଟାଙ୍ଗୀ, ବିବେକାନନ୍ଦ ମାର୍ଗ, ଭୀମଟାଙ୍ଗୀ, ନୂଆ ଗାଁ ଅଞ୍ଚଳରେ ଗଛ ଉପୁଡ଼ି ପଡ଼ିଥିବା ଜଣାପଡ଼ିଛି।

ଅଙ୍ଗନବାଡ଼ି କେନ୍ଦ୍ର ଉପରେ ପଡ଼ିଲା ଗଛ
ବାଲିଅନ୍ତା: ବାଲିଅନ୍ତା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସରକଣା ସରକାରୀ ଭଗବତୀ ଉଚ୍ଚବିଦ୍ୟାଳୟ ପରିସରରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଉପରେ ଏକ ୧୦ ଫୁଟ ଗୋଲେଇର ଚାକୁଣ୍ଡା ଗଛ ଉପୁଡ଼ି ପଡ଼ିଛି। ଏଥିରେ ଅଙ୍ଗନବାଡ଼ି କେନ୍ଦ୍ରର ବାରଣ୍ଡା କ୍ଷତିଗ୍ରସ୍ତ ହୋଇଛି। ନିକଟରେ ଥିବା ପାଣି ଟାଙ୍କି, ନଡ଼ିଆ ଗଛ ଓ ଡଷ୍ଟବିନ୍‌ ଭାଙ୍ଗିଯାଇଛି। ସ୍କୁଲ ଓ ଅଙ୍ଗନବାଡ଼ି ଆଜି ଛୁଟି ଥିବାରୁ ବଡ଼ଧରଣର ଅଘଟଣ ଟଳିଯାଇଛି। ଜଗନ୍ନାଥ ରାସ୍ତା, ନଦୀବନ୍ଧ ରାସ୍ତା, ବ୍ରାହ୍ମଣସୁଆଁଲୋ, ପ୍ରତାପଶାସନ, ପୁରୋହିତପୁର, ଝିଣ୍ଟି ଶାସନ, ପୂରଣପ୍ରଧାନ, ସତ୍ୟଭାମାପୁର, ବେଣ୍ଟପୁର, ଟଙ୍କପାଣି, ହୀରାପୁର ଆଦି ଅଞ୍ଚଳରେ ଗଛଡାଳ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା। ବ୍ରାହ୍ମଣସୁଆଁଲୋରେ ବିଦ୍ୟୁତ୍‌ ତାର ଛିଣ୍ଡିଯିବାରୁ ୬ ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe