୨୦୨୩ ଡିସେମ୍ବର ସୁଦ୍ଧା କଳିଙ୍ଗ ଷ୍ଟୁଡିଓର ନବକଳେବର

Advertisment

ମେକ୍‌ ଇନ୍‌ ଓଡ଼ିଶା କନ୍‌‌କ୍ଲେଭ୍‌-୨୦୨୨

ମେକ୍‌ ଇନ୍‌ ଓଡ଼ିଶା କନ୍‌‌କ୍ଲେଭ୍‌-୨୦୨୨

୨୦୨୩ ଡିସେମ୍ବର ସୁଦ୍ଧା କଳିଙ୍ଗ ଷ୍ଟୁଡିଓର ନବକଳେବର

ଭୁବନେଶ୍ବର: ଚଳଚ୍ଚିତ୍ର ଓ ମନୋରଂଜନ ସମ୍ପର୍କରେ ଦୁଇଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ମେକ୍‌ ଇନ୍‌ ଓଡ଼ିଶା କନ୍‌‌କ୍ଲେଭ୍‌-୨୦୨୨ର ପ୍ରଥମ ଅଧିବେଶନରେ ମାନସୀ ମିଶ୍ରଙ୍କ ସଂଯୋଜନାରେ କେରଳର ଚଳଚ୍ଚିତ୍ର ନିର୍ମାତା ସାଜି ଏନ୍‌.କରୁନ୍‌, ତେଲଗୁ ଫିଲ୍ମ ଚାମ୍ବରର ସଭାପତି ତଥା ଚଳଚ୍ଚିତ୍ର ପ୍ରଯୋଜକ କେ.ବାସି ରେଡି, ଚଳଚ୍ଚିତ୍ର ନିର୍ମାତା ହିମାଂଶୁ ଶେଖର ଖଟୁଆ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଓ ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ ପ୍ରମୁଖ ଯୋଗଦେଇ ସିନେମାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

୧୫ ଏକର ସ୍ଥାନରେ ନୂତନ ରୂପ ପାଇବ ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌

ଏହି ଅବସରରେ ଶିଳ୍ପ ସଚିବ ହେମନ୍ତ ଶର୍ମା ଯୋଗଦେଇ ସିନେମା ଶିଳ୍ପ ଉପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ। କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ୧୫୦ କୋଟି ଟଙ୍କା ଦେଇଛନ୍ତି। ଏହି ଷ୍ଟୁଡିଓରେ ‌ଓଡ଼ିଆ ସିନେଶିଳ୍ପ ପାଇଁ ସମସ୍ତ ସୁବିଧା ରହିବ। ଏହାଦ୍ବାରା ଓଡ଼ିଆ ସିନେମା ଶିଳ୍ପର ଭିତ୍ତିଭୂମି ସୁଦୃଢ଼ ହେ‌ବ। ୨୦୨୩ ଡିସେମ୍ବର ସୁଦ୍ଧା ଏହା ପୂର୍ଣ୍ଣାଙ୍ଗ ରୂପ ପାଇବ ବୋଲି ସେ କହିଥି‌ଲେ। ସେହିପରି କଟକରେ ଥିବା ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ୧୫ ଏକର ସ୍ଥାନରେ ନୂଆ ରୂପ ପାଇବାକୁ ଯାଉଛି। ଏହାର ସମସ୍ତ ପ୍ରସ୍ତୁତି ସରିଛି। ଚଳଚ୍ଚିତ୍ର ପଲିସିରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ୧୦ କୋଟି ପର୍ଯ୍ୟନ୍ତ ରିହାତିର ବ୍ୟବସ୍ଥା ରହିଛି। ସିନେମା ହଲ୍‌ ପାଇଁ ମଧ୍ୟ ୧୫ ପ୍ରତିଶତ ରିହାତି ରହିଛି। ତେଣୁ ଏହାର ସୁଯୋଗ ନେବାକୁ ସେ ଆହ୍ବାନ ଦେଇଥିଲେ।

ଦ୍ବିତୀୟ ଅଧିବେଶନରେ ସତ୍ୟବ୍ରତ ରଥଙ୍କ ସଂଯୋଜନାରେ ଓଟିଟି ‘କଞ୍ଚାଲଙ୍କା’ର ସହପ୍ରତିଷ୍ଠାତା ବିଭୁପ୍ରସାଦ ରଥ, ‘ତରଙ୍ଗ ପ୍ଲସ୍‌’ର କ୍ରିଏଟିଭ୍‌ ହେଡ୍‌ ରଂଜନ ଶତପଥୀ, ‘ଆଓ ନେକ୍ସଟ୍’ର ସହ ପ୍ରତିଷ୍ଠାତା ରାମ ପଟ୍ଟନାୟକ, ଜାଡୋଜ୍‌ ମିଡିଆ ସଲ୍ୟୁସନ୍‌ର ପ୍ରତିଷ୍ଠାତା ରାହୁଲ୍‌ ନେହରା ଓ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ ଆଲୋଚନା କରିଥିଲେ। ଓଟିଟି ଆଗକୁ ଏକ ବହୁତ ବଡ଼ ସୁଯୋଗ ସୃଷ୍ଟି କରିବାକୁ ଯାଉଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe