କାଳବୈଶାଖୀ: ଭୁବନେଶ୍ବରରେ ୭୫ କିମି ବେଗରେ ପବନ, ୨୦୧୯ ମସିହା ମେ ୩ ତାରିଖରେ ଓଡ଼ିଶାରେ

Advertisment

ଆଜି ରାତିରେ ଭୁବନେଶ୍ୱର ବିମାନବନ୍ଦର ଅଞ୍ଚଳରେ ସର୍ବାଧିକ ୭୫କିମି ବେଗରେ ପବନ ବହିଛି। କାଳବୈଶାଖୀର ପ୍ରଭାବରେ ଭଲ ବର୍ଷା ବି ହୋଇଛି। ବର୍ଷା, ପବନ ଯୋଗୁ ଭୁବନେଶ୍ବରର ରାତି ତାପମାତ୍ରାରେ ହ୍ରାସ ଘଟିଛି।

ଆଜି ରାତିରେ ଭୁବନେଶ୍ୱର ବିମାନବନ୍ଦର ଅଞ୍ଚଳରେ ସର୍ବାଧିକ ୭୫କିମି ବେଗରେ ପବନ ବହିଛି। କାଳବୈଶାଖୀର ପ୍ରଭାବରେ ଭଲ ବର୍ଷା ବି ହୋଇଛି। ବର୍ଷା, ପବନ ଯୋଗୁ ଭୁବନେଶ୍ବରର ରାତି ତାପମାତ୍ରାରେ ହ୍ରାସ ଘଟିଛି।

vxvxbxb

ଭୁବନେଶ୍ୱର: ଆଜି ରାତିରେ ଭୁବନେଶ୍ୱର ବିମାନବନ୍ଦର ଅଞ୍ଚଳରେ ସର୍ବାଧିକ ୭୫କିମି ବେଗରେ ପବନ ବହିଛି। କାଳବୈଶାଖୀର ପ୍ରଭାବରେ ଭଲ ବର୍ଷା ବି ହୋଇଛି। ବର୍ଷା, ପବନ ଯୋଗୁ ଭୁବନେଶ୍ବରର ରାତି ତାପମାତ୍ରାରେ ହ୍ରାସ ଘଟିଛି। ସେହିପରି ଆଜି ସନ୍ଧ୍ୟା ୫ରୁ ୭ଟା ମଧ୍ୟରେ ପଶ୍ଚିମ ଓଡିଶାର ନୂଆପଡାରେ ଘଣ୍ଟାପ୍ରତି ୪୮ କିମି ବେଗରେ ପବନ ହୋଇଥିବା ବେଳେ ସମ୍ବଲପୁରରେ ୩୯କିମି, ସୋନପୁରରେ ୫୬କିମି ବେଗରେ ହୋଇଥିଲା। ସନ୍ଧ୍ୟା ୭ଟାରୁ ରାତି ୯ଟା ଭିତରେ ଅନୁଗୁଳରେ ୪୩କିମି, ମୟୂରଭଞ୍ଜରେ ୪୬କିମି, ଖୋର୍ଦ୍ଧା ପୀତାପଲ୍ଲୀରେ ୬୮କିମି, କଟକରେ ୬୫କିମିବେଗରେ ପବନ ହୋଇଛି। ଭଦ୍ରକର ରାଣୀତାଲରେ ଘଣ୍ଟା ପ୍ରତି ୫୪କିମି, କେନ୍ଦ୍ରାପଡ଼ାରେ ୪୬ କିମି ଓ ଜଗତସିଂହପୁରରେ ରାତି ୯ଟା ୪୫ରେ ଘଣ୍ଟା ପ୍ରତି ୩୯ କିମି ବେଗରେ ପବନ ହୋଇଛି। ଆଜି ଅପରାହ୍ନରେ ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଯାଜପୁର, ଢେଙ୍କାନାଳ, କଟକଭଦ୍ରକ ଜିଲ୍ଲାର କିଛି ଅଞ୍ଚଳରେ କାଳବୈଶାଖୀଜନିତ ବର୍ଷା ହୋଇଥିବା ସୂଚନା ମିଳିଛି। ଉପକୂଳ ଓଡ଼ିଶାରେ କାଳବୈଶାଖୀ ଲାଗି ରହିଥିବାରୁ ପବନର ବେଗ ବଢିବା ସହ କ୍ଷୟକ୍ଷତି ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଚନ୍ଦନ ଯାତ୍ରା ସାରି ଫେରିବା ବେଳେ ବର୍ଷାରେ ଭିଜିଲେ ଠାକୁରେ
ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଚନ୍ଦନ ଯାତ୍ରା ସାରି ଫେରିବା ବେଳେ ବ୍ରାହ୍ମଣ ନିଯୋଗ ପରେ ପୂଜାପଣ୍ଡା ନିଯୋଗରେ ଭୋଗ ଲାଗି ପାଇଁ ପହଞ୍ଚିବା ବେଳକୁ କାଳବୈଶାଖୀ ବର୍ଷା ପବନ ହୋଇଥିଲା। ରାତି ୯ଟା ୧୦ମିନିଟରେ ବର୍ଷା ପବନ ଆରମ୍ଭ ଯୋଗୁ ଆପଟିଆ ସେବାୟତମାନେ ବର୍ଷାରେ ଦେବଦେବୀଙ୍କ ପାଲିଙ୍କି ବିମାନ ଧରି ଠିଆ ହୋଇଥିଲେ। ସେଠାରେ ଭୋଗ ଲାଗି ପରେ ବଡୁ ନିଯୋଗ ଓ ବଡୁସାହି ଛକ ନିକଟରେ ଭୋଗ ଖାଇବାକୁ ବାହାରିଥିଲେ। ବର୍ଷା ସତ୍ତ୍ବେ ପାଳିଆ ସେବାୟତମାନେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତି କରିଚାଲିଥିଲେ। ସବୁ ସେବାୟତ ବର୍ଷାରେ ଓଦା ହୋଇଥିବା ବେଳେ ଠାକୁର ବର୍ଷାରେ ଭିଜିଥିଲେ। ଆଜି ବର୍ଷା ପବନ ଯୋଗୁ ମଶାଲ ଓ ଆଳତି କରିବା ସମସ୍ୟା ସୃଷ୍ଟି କରିଥିଲା। 

କାଳବୈଶାଖୀ ପ୍ରଭାବରେ ଏବର୍ଷ ସାରା ରାଜ୍ୟରେ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ତାତି କମ୍ ରହିଛି। ମାର୍ଚ୍ଚ ୧ରୁ ଏପ୍ରିଲ ୩୦ ତାରିଖ ମଧ୍ୟରେ ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି। ୧୨ଟି ଜିଲ୍ଲାରେ ଅତ୍ୟଧିକ, ୧୦ଟି ଜିଲ୍ଲାରେ ଅଧିକ ଓ ୩ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍‌ ବର୍ଷା ରେକର୍ଡ ହୋଇଛି। ୫ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ମେ ମାସ ପ୍ରଥମ ସପ୍ତାହରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ତାତି କମ୍ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଜାରିରହିବ। ବିଶେଷକରି ମେ ୪ ଓ ୫ ତାରିଖରେ ରାଜ୍ୟର ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ବର୍ଷା ସହିତ ଘଣ୍ଟା ପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କୋରାପୁଟ, ଗଞ୍ଜାମ, ଗଜପତି, ମାଲକାନଗିରି, ସୁନ୍ଦରଗଡ଼ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଉପକୂଳ ଓ ଏହା ସଂଲଗ୍ନ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦିନର ସର୍ବାଧିକ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଦିନଗୁଡ଼ିକରେ ତାପମାତ୍ରା ୨ରୁ ୩ ଡିଗ୍ରି ବୃଦ୍ଧି ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe