ଓଡ଼ିଶାକୁ ମଦମୁକ୍ତ କରିବ ‘କଳିଙ୍ଗ ସେନା’

Advertisment
ଓଡ଼ିଶାକୁ ମଦମୁକ୍ତ କରିବ ‘କଳିଙ୍ଗ ସେନା’

tweeter

ଭୁବନେଶ୍ୱର: ‘କଳିଙ୍ଗ ସେନା’ର ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ନିର୍ବାଚନରେ ଦଳର କର୍ମୀମାନେ ହେମନ୍ତ ରଥଙ୍କୁ ପୁନର୍ବାର ଦଳର ସଭାପତି ଭାବେ ନିର୍ବାଚିତ କରିଛନ୍ତି। ଏହି ଅବସରରେ ନବ ନିର୍ବାଚିତ ସଭାପତି ଶ୍ରୀ ରଥ କହିଛନ୍ତି, ଓଡ଼ିଶାବାସୀ କଳିଙ୍ଗ ସେନାକୁ ଆଶୀର୍ବାଦ କଲେ ରାଜ୍ୟକୁ ସମ୍ପୂର୍ଣ୍ଣ ମଦମୁକ୍ତ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ସମସ୍ତ ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ। ସାଢେ ୪କୋଟି ଲୋକଙ୍କୁ ସ୍ୱାସ୍ଥ୍ୟବୀମାରେ ସାମିଲ କରାଯିବା ସହିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ଘରୋଇ ସ୍କୁଲରେ ସମ୍ପୂର୍ଣ୍ଣ ମାଗଣାରେ ପଢ଼ିବାର ସୁଯୋଗ ମିଳିବ।

ଏହି ଅବସରରେ ସାଂଗଠନିକ ନିର୍ବାଚନରେ ଦଳର ରାଜ୍ୟ ଉପ ସଭାପତି ଭାବେ ଦିଗମ୍ବର ବିଶ୍ୱାଳ, ବିଜୟ ରାଜ, ହେମନ୍ତ ସିଂହ, ଅବଦୁଲ କୟୁମ୍ ଖାନ୍, ପ୍ରମୋଦ ରାଉତରାୟ, ନିରଞ୍ଜନ ମହାନ୍ତ, ପ୍ରଦୀପ କୁମାର ସାହୁ ନିର୍ବାଚିତ ହୋଇଥିବାବେଳେ ରାଜ୍ୟ ସାଧାରଣ ସଂପାଦକ ଭାବେ ସ୍ୱାତିଶ ରଞ୍ଜନ ସାହୁ, ମନୋଜ କୁମାର ନାୟକ, ଗୌରାଙ୍ଗ ପ୍ରଧାନ, ସିଦ୍ଧାର୍ଥ ଦାସ, ରାକେଶ ମହାନ୍ତି, କ୍ଷୀରୋଦ କୁମାର ଦାସ, ରେଣୁବାଳା ମହାନ୍ତି, ସୁବୋଧ କୁମାର ସାହୁ ନିର୍ବାଚିତ ହୋଇଛନ୍ତି। ସେହିପରି ରାଜ୍ୟ ସଂପାଦକ ଭାବେ ଦୁର୍ଯ୍ୟୋଧନ ପରିଡ଼ା, ରଞ୍ଜିତ ସାମଲ, ମମତା ମହାନ୍ତି, ଗୁଣମଣି ମହାନ୍ତି, ଆଶୁତୋଷ ସ୍ୱାଇଁ, ପ୍ରଫୁଲ୍ଲ ପରିଡ଼ା, ବରେନ୍ ଦାସ, ବିକ୍ରମ ପ୍ରଧାନ, ସତ୍ୟଭାମା ବିହାରୀ ଏବଂ ୭ଜଣଙ୍କୁ ରାଜ୍ୟ କମିଟିକୁ ନିର୍ବାଚିତ କରାଯାଇଛି ବୋଲି ନିର୍ବାଚନ ଅଧିକାରୀ ବିଜୟ ଦାସ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe