କଳିଙ୍ଗ ସିଏସ୍‌ଆର୍‌ ପୁରସ୍କାର ପ୍ରଦାନ ଉତ୍ସବ

Advertisment
କଳିଙ୍ଗ ସିଏସ୍‌ଆର୍‌ ପୁରସ୍କାର ପ୍ରଦାନ ଉତ୍ସବ

ଭୁବନେଶ୍ୱର: ଆଇକ୍ୟୁଇଏମ୍‌ଏସ୍‌ ଓ ଆଇପିଇ ହାଇଦ୍ରାବାଦ୍‌ର ମିଳିତ ଉଦ୍ୟମରେ ତୃତୀୟ ବାର୍ଷିକ ଆଲୋଚନାଚକ୍ର ‘ସିଏସ୍‌ଆର୍‌ ଉଦ୍ୟଗ ୨୦୧୮’ ହୋଟେଲ୍‌ ଦି ନ୍ୟୁ ମ୍ୟାରିଆନ୍‌ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଆଜିର ବିଷୟବସ୍ତୁ ଥିଲା ‘ଦୀର୍ଘସ୍ଥାୟୀ ବିକାଶର ମୂଲ୍ୟ ନିର୍ଧାରଣ’। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଆଇକ୍ୟୁଇଏମ୍‌ଏସ୍‌ର ଉଦ୍ୟମକୁ ପ୍ରଶଂସା କରି କହିଥିଲେ ଯେ, ସାମାଜିକ ଦାୟିତ୍ୱବୋଧତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୀର୍ଘସ୍ଥାୟୀ ବିକାଶ ନିମିତ କାର୍ଯ୍ୟପନ୍ଥା ଗ୍ରହଣ କରିବା। ଏଥିପାଇଁ ସରକାର ଗୋକେୟାର ନାମକ ଏକ ପୋର୍ଟାଲ ପରିଚାଳନା କରୁଛନ୍ତି। ସମ୍ମାନିତ ଅତିଥି ଭାବେ ନ୍ୟାସ୍‌ନାଲ ଆଲୁମିନିୟମ୍‌ କମ୍ପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ.ତପନ କୁମାର ଚାନ୍ଦ, ସିଏସ୍‌ଆର୍‌ର ମୁଖ୍ୟ ଅମ୍ବିକା ପ୍ରକାଶ ନନ୍ଦ, ଦେବେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ତ୍ରିପୁରା ସରକାରଙ୍କ ଦକ୍ଷତା ବିକାଶ ମିସନ୍‌ର ଅଧ୍ୟକ୍ଷ ଡ.ସଞ୍ଜୟ କୁମାର ପଣ୍ଡା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଇନ୍ଦିରା ଗାନ୍ଧୀ ଜାତୀୟ ବନ ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ବିନୋଦ କୁମାର ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଏକ ସ୍ମାରକୀ ପତ୍ରିକା ଉନ୍ମୋଚନ କରାଯାଇଥିଲା। ଆଲୋଚନା ପରିଚାଳନା କମିଟିର ଅଧ୍ୟକ୍ଷ ଡ.ସଞ୍ଜୟ କୁମାର ପଣ୍ଡା ଏହି ବିଷୟକୁ ନେଇ ଗୋଷ୍ଠୀ ଆଲୋଚନା କରିଥିଲେ। ଏହି ଅବସରରେ ୫ଜଣ ବେସରକାରୀ ଶିଳ୍ପ ଓ ବ୍ୟାବସାୟିକ ପ୍ରତିଷ୍ଠାନକୁ ପୁରସ୍କୃତ କରାଯାଇଥିଲା। ଆଇକ୍ୟୁଇଏମ୍‌ଏସ୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବବ୍ରତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe