କଳିଙ୍ଗ ହର୍ବାଲ୍‌ ମେଳା : ହାତ ଦେଖି ରୋଗ ଚିହ୍ନଛନ୍ତି ନାଡ଼ିବୈଦ୍ୟ

Advertisment
କଳିଙ୍ଗ ହର୍ବାଲ୍‌ ମେଳା : ହାତ ଦେଖି ରୋଗ ଚିହ୍ନଛନ୍ତି ନାଡ଼ିବୈଦ୍ୟ

ଭୁବନେଶ୍ୱର : ସ୍ୱରରୁ ପରଖି ହୁଏ ମଣିଷର ରୋଗ। ଆଖି ଦେଖି ଚିହ୍ନି ହୁଏ ଦେହର ଅବସ୍ଥା। ପୁଣି ହାତର ରେଖା ବି ବତାଇ ଦେଇପାରେ ମଣିଷର ରୋଗ। ଅସମ୍ଭବ ମନେ ହେଉଥିଲେ ହେଁ ଏଭଳି ଏକ ରହସ୍ୟ ବିଜ୍ଞାନକୁ କରାୟତ କରି ରୋଗ ଚିହ୍ନି ବାଟ ବତାଉଛନ୍ତି ନାଡ଼ିବୈଦ୍ୟ ସୁରେଶ କୁମାର ଛୋଟରାୟ। ତେବେ ସବୁଠୁ ବଡ଼ କଥା ହେଉଛି ମଣିଷ ଶରୀରର ଜିନ୍‌ ଷ୍ଟଡି ପାଇଁ ଆମେରିକା ଯିବାକୁ ପଡ଼ୁଥିବା ବେଳେ ସେ ହାତ ପାପୁଲିରୁ ଏହାକୁ ପରଖି ପାରନ୍ତି। ପ୍ରଦର୍ଶନୀ ପଡ଼ିଆରେ ଚାଲିଥିିବା ହର୍ବାଲ ମେଳାରେ ତାଙ୍କର ଏହି ବିଦ୍ୟା କେବଳ ଉଦ୍ଦୀପନା ସୃଷ୍ଟି କରୁନି ବରଂ ଚମତ୍କତ କରୁଛି। ଆମେ ମୁଖ୍ୟତଃ ନିଜର ରୋଗ ଜଣାଇ ଡାକ୍ତରଙ୍କୁ ପରାମର୍ଶ କରୁଥିବା ବେଳେ ତାଙ୍କୁ କେବଳ ହାତ ଦେଖେଇ ଦେଲେ ସେ ପରାମର୍ଶ ସହ ଔକ୍ଷଧ ଲେଖି ଦିଅନ୍ତି।

ଶ୍ରୀ ଛୋଟରାୟ ପ୍ରଥମେ ଜ୍ୟୋତିଷ ବିଦ୍ୟା ଆହରଣ କରିଥିଲେ। ତେବେ ପରବର୍ତୀ ସମୟରେ ସାମୁଦ୍ରିକ ବିଦ୍ୟା ତଥା ଅଙ୍ଗଶାସ୍ତ୍ର ବିଦ୍ୟାରେ ନିଜେ ନିଜକୁ ପାରଙ୍ଗମ କରାଇଥିଲେ। ତାଙ୍କ ମତରେ, ଅଙ୍ଗ ଦେଖି ଓ ହାତ ଦେଖି ରୋଗ ଚିହ୍ନିବା ହେଉଛି ଏକପ୍ରକାର ମେଟାଫିଜିକାଲ୍‌ ସାଇନ୍‌ସ ତଥା ରହସ୍ୟ ବିଜ୍ଞାନ। ବାସ୍ତବରେ ହାତ ପାପୁଲିରେ ଗ୍ରହ, ନକ୍ଷତ୍ରର ଚଳନ ହିଁ ସାଙ୍କେତିକ ରୂପରେ ସବୁକିଛି ଦର୍ଶାନ୍ତି। ଯେମିତି କି ହାତର ରଙ୍ଗ, ପାପୁଲିରେ ଥିବା ରେଖା, ନଖ, ନଖର ରଙ୍ଗ, ହାତ ପାପୁଲିର ଗଠନ ଶୈଳୀ, ନଖର ଗଠନ ଶୈଳୀ ହିଁ ରୋଗ ଚିହ୍ନେଇବାରେ ସାହାଯ୍ୟ କରେ। ଏମିତିକି ହୃକ୍ଷରୋଗ, କର୍କଟ, ଡାଇବେଟିସ୍‌ ଭଳି ରୋଗକୁ ମଧ୍ୟ ହସ୍ତରେଖା ମାଧ୍ୟମରେ ସେ ଚିହ୍ନିପାରୁଥିବା ପ୍ରକାଶ କରିଛନ୍ତି।

ତାଙ୍କ ମତରେ ଯେତେ ଔଷଧ ଆମେ ଖାଉଛେ ସେଥିମଧ୍ୟରୁ ୮୦ ପ୍ରତିଶତ ଉଦ୍ଭିିଦରୁ ଆସେ। ବାକି ୧୫ ପ୍ରତିଶତ ଖଣିଜରୁ ଏବଂ ଅନ୍ୟ ୫ ପ୍ରତିଶତ ଜନ୍ତୁଙ୍କ ଶରୀରରୁ ଆସେ। ତେଣୁ ଯେକୌଣସି ରୋଗର ପ୍ରତିକାର ଆୟୁର୍ବେଦିକ ଔଷଧ ଦ୍ୱାରା ସମ୍ଭବ। ନିଜର ଏକ ଅନୁଭୂତିରୁ ସେ କହିଲେ, ରାଉରକେଲାରେ ଏକ ମେଳାରେ ଜଣେ ମୁସ୍‌ଲିମ୍‌ ମହିଳା ତାଙ୍କ ପାଖରେ ଆସି ପହଞ୍ଚି ତାଙ୍କୁ ଏହି ଚିକିତ୍ସା ବାବଦରେ ପଚାରୁ ପଚାରୁ ସେ ତାଙ୍କ ସ୍ୱରରୁ ତାଙ୍କ ରୋଗ ସମ୍ବନ୍ଧରେ କହିଦେଇଥିଲେ। ମହିଳା ଜଣକ ଆହୁରି ଉତ୍ସାହିତ ହୋଇ ନିଜ ମୁହଁରୁ ବୁର୍ଖା ହଟାଇବା ପରେ ତାଙ୍କ ଆଖି ଦେଖି ଆଉ ଏକ ରୋଗ ସମ୍ବନ୍ଧରେ କହିଦେଲେ। ମହିଳା ଜଣକ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏମିତି ଅନେକ ଘଟଣା ତାଙ୍କ ସହ ଘଟିଥିବା କହନ୍ତି ଶ୍ରୀ ଛୋଟରାୟ। ତେବେ ସଂସାରର ଏହି ରହସ୍ୟ ବିଜ୍ଞାନ କେତେ ସତ କେତେ ମିଛ ତାଙ୍କ ନିକଟରେ ଚିକିତ୍ସିତ ହେଉଥିବା ଅନୁଭବିଟିଏ ହିଁ କହିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe