ଶେଷ ହେଲା କଳିଙ୍ଗ ନାଟ୍ୟ ମହୋତ୍ସବ

Advertisment

ସମ୍ବର୍ଦ୍ଧିତ ହେଲେ ପାଞ୍ଚ ପ୍ରତିଭା, ମଞ୍ଚସ୍ଥ ହେଲା ‘ବାପୁ’

ସମ୍ବର୍ଦ୍ଧିତ ହେଲେ ପାଞ୍ଚ ପ୍ରତିଭା, ମଞ୍ଚସ୍ଥ ହେଲା ‘ବାପୁ’

ଶେଷ ହେଲା କଳିଙ୍ଗ ନାଟ୍ୟ ମହୋତ୍ସବ

ଭୁବନେଶ୍ୱର : ବର୍ତମାନ ଆମ ସାମାଜିକ-ରାଜନୈତିକ ଜୀବନରେ ସତ୍ୟ କଳୁଷିତ ହୋଇଯାଇଛି। ଏପରି ପରିସ୍ଥିତି କ୍ଷମତାରେ ଥିବା ଲୋକଙ୍କ ଦ୍ୱାରା ହୋଇଛି ବୋଲି ଦାୟୀ କରାଯାଇ ପାରିବ ନାହିଁ। ତେଣୁ ସତ୍ୟ ଉପରେ କଳା ବୋଳିଦେବା ବା ତାକୁ ବିକୃତ କରିଦେବା ଅବଶ୍ୟମ୍ଭାବୀ। ଏପରି ସ୍ଥିତିର ମୁକାବିଲା କରିବା ପାଇଁ ଗାନ୍ଧୀଜୀ ହିଁ ଆମକୁ ପ୍ରେରଣା ଦେଇଥା’ନ୍ତି।

ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ନାଟକ ‘ବାପୁ’ରେ। ଅବସର ଥିଲା ‘ଶତାବ୍ଦୀର କଳାକାର’ ନାଟ୍ୟାନୁଷ୍ଠାନ ପକ୍ଷରୁ ଆୟୋଜିତ କଳିଙ୍ଗ ନାଟ୍ୟ ମହୋତ୍ସବର ଶେଷ ସନ୍ଧ୍ୟା। ନନ୍ଦକିଶୋର ଆଚାର୍ଯ୍ୟ ରଚିତ ଓ ପରଭେଜ୍‌ ଅଖତର ନିର୍ଦେଶିତ ଏହି ନାଟକରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନୀତି, ଆଦର୍ଶକୁ ନାଟ୍‌ ପଣ୍ଡପ, ପାଟନାର କଳାକାରମାନେ ବେଶ ନିଖୁଣ ଭାବେ ପ୍ରଦର୍ଶନ କରିଥିଲେ।

ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସାମ୍ବାଦିକା ଅରୁନ୍ଧତୀ ମଲ୍ଲିକ, ସଙ୍ଗୀତଜ୍ଞ ପ୍ରତାପଚନ୍ଦ୍ର ରାଉତ, ନାଟ୍ୟ ନିର୍ଦେଶକ ଶରତ ଦାସ, ଅଭିନେତା ହେମନ୍ତ କୁମାର ଷଡ଼ଙ୍ଗୀ ଓ ନାଟ୍ୟକାର ରବୀନ୍ଦ୍ରନାଥ ଦାସ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା।

ଆଜିର ସନ୍ଧ୍ୟାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି, ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ଅଭିନେତା ସମରେଶ ରାଉତରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଶତାବ୍ଦୀର କଳାକାରର ସଭାପତି ଡ. ଗୌରହରି ଦାସ ସମ୍ମାନ ପ୍ରଦାନ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ସାଧାରଣ ସମ୍ପାଦକ ଧୀର ମଲ୍ଲିକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe