କଳିଙ୍ଗ ନାଟ୍ୟ ମହୋତ୍ସବ ମଞ୍ଚରେ ‘ଲଙ୍ଗ୍‌ ମାର୍ଚ’

Advertisment
କଳିଙ୍ଗ ନାଟ୍ୟ ମହୋତ୍ସବ ମଞ୍ଚରେ ‘ଲଙ୍ଗ୍‌ ମାର୍ଚ’

ଭୁବନେଶ୍ୱର: ପରମ୍ପରାଗତ ଭାବେ ସବୁବେଳେ ଠେକୁଆ ଓ କଇଁଛ ଦୌଡ଼ରେ ଠେକୁଆ ହାରିଥାଏ। ଦଶ ପର୍ଯ୍ୟାୟ ବିଶିଷ୍ଟ ଏହି ଦୌଡ଼ ପ୍ରତିଯୋଗିତା ହୋଇଥାଏ। ପ୍ରତ୍ୟେକ ପର୍ଯ୍ୟାୟ ଶେଷରେ ଠେକୁଆ ଓ କଇଁଛର ବିଶ୍ରାମ ପାଇଁ ବ୍ୟବସ୍ଥା ଥାଏ। ଯେହେତୁ ଠେକୁଆ ଜୋରରେ ଦୌଡ଼େ, ତେଣୁ ସେ ପ୍ରତ୍ୟେକ ପର୍ଯ୍ୟାୟ ଶେଷରେ ବିଶ୍ରାମ ନିଏ। କିନ୍ତୁ କଇଁଛ ଜୋରରେ ଦୌଡ଼ୁ ନଥିବାରୁ ଅବିରାମ ଭାବେ ଲକ୍ଷ୍ୟସ୍ଥଳକୁ ଧାଇଁ ଥାଏ। ନବମ ପର୍ଯ୍ୟାୟରେ ଠେକୁଆ ବିଶ୍ରାମ ନେବାକୁ ଯାଇ ଶୋଇପଡ଼େ। ଏହି ସୁଯୋଗରେ କଇଁଛ ଲକ୍ଷ୍ୟସ୍ଥଳରେ ପହଞ୍ଚି ବିଜୟୀ ହୁଏ। କିନ୍ତୁ ସମଦର୍ଶୀ ଦେଶରେ ପ୍ରଚଳିତ ଏହି ପରମ୍ପାରିକ ପ୍ରତିଯୋଗିତାରେ ଚଳିତ ଥର ଠେକୁଆ ବିଜୟୀ ହେବ ବୋଲି ଘୋଷଣା କରିଥିଲା। ଏପରି ଏକ ଭିନ୍ନ ସ୍ୱାଦର ବେଙ୍ଗଲୀ ନାଟକ ଲଙ୍ଗମାର୍ଚ ଦେଖିବାକୁ ମିଳିଥିଲା ରବୀନ୍ଦ୍ର ମଣ୍ଡପ ମଞ୍ଚରେ। ଅବସର ଥିଲା ଶତାବ୍ଦୀର କଳାକାର ପକ୍ଷରୁ ଅନୁଷ୍ଠିତ କଳିଙ୍ଗ ନାଟ୍ୟ ମହୋତ୍ସବ। ଅଲଟରନେଟିଭ ଲିଭିଂ ଥିଏଟର ପ୍ରଯୋଜିତ, ନାଟ୍ୟକାର ପ୍ରବୀର ଗୁହାଙ୍କ ରଚିତ ଏହି ନାଟକର ନିର୍ଦେଶନା ଓ ପରିକଳ୍ପନା କରିଥିଲେ ଶୁଭଦୀପ ଗୁହା। ଅଳ୍ପନା ଗୁହା ମଞ୍ଚ ପରିଚାଳନା କରିଥିଲେ। ଆଜିର ସନ୍ଧ୍ୟାରେ ପୂର୍ବତନ ରାଜ୍ୟ ନିର୍ବାଚନ କମିସନର ରବିନାରାୟଣ ସେନାପତି ମୁଖ୍ୟଅତିଥି, ଓୟୁଏଟିର କୁଳପତି ସୁରେନ୍ଦ୍ରନାଥ ପଶୁପାଳକ ବିଶିଷ୍ଟ ଅତିଥି ଓ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶତାବ୍ଦୀର କଳାକାରର ସଭାପତି ଡ. ଗୌରହରି ଦାସ ଅତିଥି ପରିଚୟ ଦେଇଥିଲେ। ସାଧାରଣ ସମ୍ପାଦକ ଧୀର ମଲ୍ଲିକ ପ୍ରାରମ୍ଭିକ ସୂଚନା ସହ ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe