ଭୁବନେଶ୍ୱର : ଆସନ୍ତା ଫେବ୍ରୁଆରି ୧୪ ତାରିଖରେ ‘ଭାଲେଣ୍ଟାଇନ୍ ଡେ’ରେ ରାଜଧାନୀର ସମସ୍ତ ପାର୍କ ଗୁଡ଼ିକୁ ବନ୍ଦ ରଖିବା ପାଇଁ କଳିଙ୍ଗ ସେନାର ନାରୀ ସେନା ପକ୍ଷରୁ କମିସନରେଟ୍ ପୁଲିସକୁ ଅନୁରୋଧ କରାଯାଇଛି। ସେନା ଅଧ୍ୟକ୍ଷା ସୁଭଦ୍ରା ମିଶ୍ରଙ୍କ ନେତୃତ୍ୱରେ ପ୍ରିୟଙ୍କା ପ୍ରିୟଦର୍ଶିନୀ, ସସ୍ମିତା ନାୟକ, ନିବେଦିତା ସାହୁ, ରଶ୍ମିତା ନାୟକ, ଜଲି ସାହୁ, ମାମା ନାଏକ ପ୍ରମୁଖ ଡିସିପି କାର୍ଯ୍ୟାଳୟ ଯାଇ ଡିସିପିଙ୍କ ଉଦ୍ଦେଶ୍ୟରେ ଏକ ଅନୁରୋଧ ପତ୍ର ପ୍ରଦାନ କରିଥିଲେ। ସଂଗଠନ ପକ୍ଷରୁ କୁହାଯାଇଛି ଯେ ଏହି ଦିନକୁ ପାଳିବା ପାଇଁ କେତେକ ଯୁବକ ଯୁବତୀ ଉତ୍ସୃଙ୍ଖଳିତ ହୋଇପଡ଼ନ୍ତି। ସେମାନେ ଆମ ପରମ୍ପରା ଓ ସଂସ୍କୃତିକୁ ଭୁଲି ଯାଉଛନ୍ତି। ସର୍ବସାଧାରଣ ସ୍ଥାନରେ ସେମାନେ ନିର୍ଲଜ ଆଚରଣ ପ୍ରଦର୍ଶନ କରିବାକୁ ତିଳେମାତ୍ର କୁଣ୍ଠାବୋଧ କରନ୍ତି ନାହିଁ।
ଭାଲେଣ୍ଟାଇନ୍ ଡେ’ରେ ସମସ୍ତ ପାର୍କ ବନ୍ଦ ରଖିବାକୁ ଦାବିକଲା କଳିଙ୍ଗ ସେନା
Advertisment
Follow Us