କରୋନାକୁ ନେଇ ଥଟ୍ଟା କରୁଥିଲ, ଏବେ ପଜିଟିଭ୍‌: କମଳନାଥ

Advertisment
ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଲେ କମଲନାଥ

News Nation

ଭୋପାଳ: ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଆଜି ଶିବରାଜ ସିଂହ ଚୌହାନଙ୍କୁ କଟାକ୍ଷ କରିଛନ୍ତି। କମଳନାଥ କହିଛନ୍ତି, ଶିବରାଜ ସିଂହ ଚୌହାନ କରୋନା ସଂକ୍ରମିତ ହୋଇଥିବା ଖବର ଶୁଣି ଖୁବ୍‌ ଦୁଃଖ ଲାଗିଲା। ତେବେ ଶିବରାଜଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ କମଳନାଥ ତାଙ୍କୁ କଟାକ୍ଷ କରିବାକୁ ମଧ୍ୟ ପଛାଇ ନାହାନ୍ତି। କମଳନାଥ କହିଛନ୍ତି, ଯଦି ଶିବର‌ାଜ କ‌ରୋନା ମହାମାରୀକୁ ନେଇ ଥଟ୍ଟା କରିନଥାନ୍ତେ ଏବଂ ସେ ଆରମ୍ଭରୁ ଏହାକୁ ଅତି ଗୁରୁତର ସହ ନେଇଥାନ୍ତେ ତେବେ ଆଜି ଏଭଳି ସ୍ଥିତି ଉପୁଜିନଥାନ୍ତା। କଂଗ୍ରେସର କଥାକୁ ଆପଣ ଥଟ୍ଟାରେ ନନେଇ ଯଦି ସବୁ ନିୟମ ମାନିଥାନ୍ତ ତେବେ ଆଜି ସୁରକ୍ଷିତ ଥାଆନ୍ତେ ବୋଲି କମଳନାଥ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe