କମଳା ନେହେରୁ କଲେଜ ଓ୍ଵବସାଇଟ୍‌ ହ୍ୟାକ୍‌ ଘଟଣା : ସାଇବର ଥାନାରେ ଅଭିଯୋଗ

କମଳା ନେହେରୁ କଲେଜ ଓ୍ଵବସାଇଟ୍‌ ହ୍ୟାକ୍‌ ଘଟଣା : ସାଇବର ଥାନାରେ ଅଭିଯୋଗ

ଭୁବନେଶ୍ୱର : କମଳା ନେହେରୁ ମହିଳା ମହାବିଦ୍ୟାଳୟ େଓ୍ଵବସାଇଟ୍‌ ହ୍ୟାକ୍‌ ଘଟଣା ଜଣା ପଡ଼ିବା ପରେ ସାଇବର ଥାନାରେ ଏତଲା ଦିଆଯାଇଛି ବୋଲି କଲେଜ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମିଶ୍ର କହିଛନ୍ତି। ପ୍ରଥମ ଥର ପାଇଁ କୌଣସି ଶିକ୍ଷାନୁଷ୍ଠାନ େଓ୍ଵବସାଇଟ୍‌ ହ୍ୟାକ୍‌ ହେବା ପରେ ଅଶ୍ଳୀଳ ଭିଡିଓ ଦେଖିବାକୁ ମିଳିଛି। ମହିଳା କଲେଜ ହୋଇଥିବାରୁ କେହି ଦୁର୍ବୃତ୍ତ ଜାଣିଶୁଣି ଏଭଳି କରିଥିବା କୁହାଯାଉଛି। େଓ୍ଵବସାଇଟ୍‌ ଖୋଲୁ ନ ଥିବାରୁ ଛାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନାମଲେଖା ଚାଲିଥିବାରୁ କେତେ ସିଟ୍‌ ପୂରଣ ହୋଇଛି, ସିଟ୍‌ ଖାଲି ଅଛି କି ନାହିଁ ସେବିଷୟରେ ଜାଣିପାରୁ ନାହାନ୍ତି। େଓ୍ଵବସାଇଟ୍‌ ହ୍ୟାକ୍‌ ଘଟଣାକୁ ନେଇ ଆଜି କ୍ୟାମ୍ପସରେ ଚର୍ଚ୍ଚା ଚାଲିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe