ବେଆଇନ କରତ କଳ ଉପରେ ଚଢ଼ାଉ; ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ

Advertisment
ବେଆଇନ କରତ କଳ ଉପରେ ଚଢ଼ାଉ; ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣାର ବେଆଇନ କରତ କଳ ଉପରେ ଭିଜିଲାନ୍ସ ଓ ବନ ବିଭାଗର ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ ହୋଇଛି।

ସୂଚନା ଅନୁସାରେ , ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଗୋରୁହାଟ ପଡ଼ିଆ ନିକଟରେ ଦୀର୍ଘ ଦିନ ହେବ ବେଆଇନ କରତ କଳ ଚାଲୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା। ମାତ୍ର ସ୍ଥାନୀୟ ବନ ବିଭାଗ ଜାଣି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଆଜି ସକାଳୁ ଭୁବନେଶ୍ଵର ଭିଜିଲାନ୍ସ ବିଭାଗର ଏକ ଟିମ ହଠାତ୍ ଏହି କରତ କଳରେ ଅତର୍କିତ ଚଢ଼ାଉ କରିଛି। ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କର ଯନ୍ତ୍ରାଂଶ ଓ କାଠ ଜବତ କରିଛି ଭିଜିଲାନ୍ସ ବିଭାଗ। ଚଢ଼ାଉ ବେଳେ ବାଲିପାଟଣା ପୁଲିସ୍ ଓ ବାଳକାଟି ବନ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe