କ୍ୟାରେଟଲେନ୍‌ର ନୂଆ ପୂଜା ସମ୍ଭାର ‘ମୋଗ୍ରା’

କ୍ୟାରେଟଲେନ୍‌ର ନୂଆ ପୂଜା ସମ୍ଭାର ‘ମୋଗ୍ରା’

ଭୁବନେଶ୍ୱର: ତନିସ୍କର ପାର୍ଟନରସିପ୍ ବ୍ରାଣ୍ଡ୍‌ ତଥା ଗହଣାର ଓମ୍‌ନି ଚ୍ୟାନେଲ୍‌ ସଂସ୍ଥା କ୍ୟାରେଟଲେନ୍ ପକ୍ଷରୁ ପାର୍ବଣ ଉପଲକ୍ଷେ ନୂଆ ଗହଣା ସମ୍ଭାର ‘ମୋଗ୍ରା’କୁ ଉନ୍ମୋଚନ କରାଯାଇଛି। ଏଥିରେ ଥିବା ଗହଣାଗୁଡ଼ିକୁ ହୀରା ଏବଂ ପ୍ରଥମଥର ପାଇଁ ରାଇସ୍ ୱାଟର୍‌ ପର୍ଲରେ ପ୍ରସ୍ତୁତ କରାଯାଇଛି। ମାଇକ୍ରୋ-ସେଟିଙ୍ଗ୍‌ ଟେକ୍ନିକ୍‌କୁ ବ୍ୟବହାର କରାଯାଇ ଏହି ଗହଣାଗୁଡ଼ିକୁ ଅତି ନିଖୁଣ ଭାବେ ତିଆରି କରାଯାଇଛି ଯାହା ହୀରାର ଚମକକୁ ବହୁଗୁଣିତ କରୁଛି। ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍‌ତେ ଏହାକୁ କିଛି ଦିନ ପୂର୍ବେ ଉନ୍ମୋଚନ କରିଥିଲେ।

ଉପହାର ପ୍ରଦାନ ତଥା ସମସ୍ତ ପ୍ରକାର ପାରିବାରିକ ଉତ୍ସବରେ ପିନ୍ଧିବା ପାଇଁ ଏହି ଗହଣାଗୁଡ଼ିକ ଉଦ୍ଦିଷ୍ଟ। ଉପହାର ପାଇଁ କ୍ୟାରେଟଲେନ୍‌ରେ ବିସ୍ତୃତ ଡିଜାଇନ୍‌ ରହିଛି ଯାହାର ମୂଲ୍ୟ ୫ ହଜାର ଟଙ୍କାରୁ ଆରମ୍ଭ। କ୍ୟା‌ରେଟ୍‌ଲେନ୍‌ର ଭିପି(ମାକେଟିଂ) ଜେନିଫର୍‌ ପାଣ୍ଡ୍ୟା କୁହନ୍ତି ଯେ ଗ୍ରାହକ କ୍ୟାରେଟ୍‌ଲେନ୍‌କୁ ପସନ୍ଦ କରନ୍ତି, କାରଣ ଆମ ଗହଣାଗୁଡ଼ିକର ଡିଜାଇନ ଅତି ଜଟିଳ ଏବଂ ସବୁ ଷ୍ଟାଇଲ୍‌ ସହ ତାହା ଭଲ ଦେଖାଯାଏ। ଭୁବନେଶ୍ୱରରେ କ୍ୟାରେଟ୍‌ଲେନ୍‌ର ୩ଟି ଷ୍ଟୋର୍‌ ସମେତ ସାରା ରାଜ୍ୟରେ ୫ ଷ୍ଟୋର୍‌ ରହିଛି। କ୍ୟାରେଟ୍‌ଲେନ୍ ୨୪ରୁ ୪୮ଘଣ୍ଟାର ଦ୍ରୁତ ଡେଲିଭରି ସର୍ଭିସ ପ୍ରଦାନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe