ନିରାଡ଼ମ୍ବରରେ କାର୍ତିକ ପୂର୍ଣ୍ଣିମା, ଘରେ ଭାସିଲା ଡଙ୍ଗା

ନିରାଡ଼ମ୍ବରରେ କାର୍ତିକ ପୂର୍ଣ୍ଣିମା, ଘରେ ଭାସିଲା ଡଙ୍ଗା

ଭୁବନେଶ୍ବର: କାର୍ତିକ ପୂର୍ଣ୍ଣିମାରେ ପୁଷ୍କରିଣୀରେ ସମବେତ ହୋଇ ଡଙ୍ଗା ଭସାଇବା ଉପରେ ପ୍ରଶାସନ ରୋକ୍‌ ଲଗାଇଲା। ହେଲେ ଏହା ଲୋକଙ୍କ ପରମ୍ପରାଗତ ଭାବଧାରାରେ ରୋକ୍‌ ଲଗାଇ ପାରିଲା ନାହିଁ। ପୁଷ୍କରିଣୀରେ ସିନା ପ୍ରଶାସନର କଟକଣା ଥିଲା, କିନ୍ତୁ ଘରେ ଘରେ ଡଙ୍ଗା ଭାସିଲା। କିଏ ଛାତ ଉପରେ ପ୍ଲାଷ୍ଟିକ୍‌ ଡାଲାରେ ଡଙ୍ଗା ଭସାଇଲା ତ, କିଏ ଚଉରାମୂଳେ। ପୁଣି କେହି କେହି ବାଡ଼ିରେ ଅସ୍ଥାୟୀ ପୋଖରୀ କରି ଡଙ୍ଗା ଭସାଇଥିବା ଦେଖିବାକୁ ମିଳିଛି। କଟକଣା ଥିଲେ ହେଁ ସହର ଉପକଣ୍ଠରେ କେତେକ ଗ୍ରାମ୍ୟ ପୁଷ୍କରିଣୀରେ ଅନେକ ସ୍ବଚ୍ଛନ୍ଦରେ ଡଙ୍ଗା ଭସାଇଥିଲେ। ଏପରିକି ମନ୍ଦିର ଦର୍ଶନ ଉପରେ କଟକଣା ଥିଲେ ହେଁ ଅନେକ ମନ୍ଦିରରେ ଦର୍ଶନର ସୁଯୋଗ ନେଇଥି‌ଲେ। ତେବେ ଏଥର କାଗଜ ଡଙ୍ଗା ଅପେକ୍ଷା କଦଳୀ ପାଟୁକା ଡଙ୍ଗା ଭସାଇଥିବା ଦେଖିବାକୁ ମିଳିଛି। ଫଳରେ ଅନେକ ପୂର୍ବରୁ ପ୍ରସ୍ତୁତ କରି ବିକ୍ରି କରିଥିବା କାଗଜ ଡଙ୍ଗା ବିକ୍ରି ହୋଇପାରି ନଥିବା ବ୍ୟବସାୟୀମାନେ କହିଛନ୍ତି।

ଖାରବେଳ ଜୟନ୍ତୀ, ବୋଇତ ବନ୍ଦାଣ
ଖଣ୍ଡଗିରିସ୍ଥିତ ହାତୀଗୁମ୍ଫାଠାରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଦିଗ୍‌ବିଜୟୀ ସମ୍ରାଟ ଖାରବେଳଙ୍କ ଜୟନ୍ତୀ ଓ ‌‘ବୋଇତ ବନ୍ଦାଣ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମ୍ରାଟ ଖାଳବେଳ ଓ ସମ୍ରାଟ କପିଳେନ୍ଦ୍ରଦେବଙ୍କ ମୂର୍ତି ଖଣ୍ଡଗିରି ଓ ପୁରୁଣା ଭୁବନେଶ୍ବରରେ ସ୍ଥାପନ କରିବା ପାଇଁ ସରକାରଙ୍କୁ ବର୍ଷେ ତଳୁ ଦିଆଯାଇଥିବା ଚିଠି ଉପରେ ଆଲୋଚନା ହୋଇଥିଲା। ‘ସମର କଳା ଏକାଡେମି’ ଓ ‘ମେରାଇନ୍‌ କଲେଜ୍‌’ ରାଜ୍ୟରେ ସ୍ଥାପନ ମାଧ୍ୟମରେ ପାଇକ ବିଦ୍ରୋହ ଓ ନୌବାଣିଜ୍ୟର ଗୌରବଗାଥାକୁ ପ୍ରକୃତ ସମ୍ମାନ ଦିଆଯାଇପାରିବ ବୋଲି ଉତ୍କଳ ସମ୍ମିଳନୀର କର୍ମକର୍ତାମାନେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ସଭାପତି ପ୍ରଫେସର୍‌ ଅଦ୍ବୈତ କୁମାର ପାତ୍ର, ସାଧାରଣ ସମ୍ପାଦକ ଅନନ୍ତ ପ୍ରସାଦ ଜେନା, ଉଷାରାଣୀ ମହାନ୍ତି, ଭରତ ଦାସ, ଋଷି ଗୁମାନସିଂ, ଇଂ ବିଭୁଦେନ୍ଦୁ ଭୋଳ, କମଳଲୋଚନ ଦାସ, ଜ୍ୟୋତିର୍ମୟ ଦାସ, କ୍ୟାପ୍‌ଟେନ ସେଠ୍‌ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe