ଏକାମ୍ର କ୍ଷେତ୍ରରେ ହବିଷିଆଳିଙ୍କ ବ୍ରତ ଆରମ୍ଭ

Advertisment
ଏକାମ୍ର କ୍ଷେତ୍ରରେ ହବିଷିଆଳିଙ୍କ ବ୍ରତ ଆରମ୍ଭ

ପୁରୁଣା ଭୁବନେଶ୍ୱର : ଆରମ୍ଭ ହୋଇଛି କାର୍ତ୍ତିିକ ମାସ। ଏଥିପାଇଁ ଏକାମ୍ର କ୍ଷେତ୍ରରେ ହବିଷିଆଳିଙ୍କ ବ୍ରତ ମଧ୍ୟ ଆରମ୍ଭ ହୋଇଛି। ହବିଷାଳିମାନେ ଦିନ ତମାମ ଠାକୁରଙ୍କ ପୂଜାପାଠରେ ବିତାଇଛନ୍ତି ।

ଶୁକ୍ରବାର ହବିିଷିଆଳିମାନେ ଭୋର ୪ଟାରୁ ଉଠିବା ପରେ ସ୍ନାନ କରି ପ୍ରଥମେ ତୁଳସୀ ଗଛ ଓ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଏହାପରେ ସ୍ନାନ ସାରି ସୂର୍ଯ୍ୟଙ୍କୁ ପାଣି ଦେଇ ତୁଳସୀ ପାଣି ପିଇଥିଲେ। ଦେହରେ ଓ ମୁଣ୍ଡରେ ଚିତା ତିଳକ ଲଗାଇ ଭାଗବତ ପାଠ କରିବା ପରେ ଅନନ୍ତ ବାସୁଦେବଙ୍କ ଦର୍ଶନ ସାରି ତୁଳସୀ ଚଉରା ମୂଳେ ମୁରୁଜ ପକାଇଥିଲେ। । ମୁରୁଜରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ରାଧାକୃଷ୍ଣ, ଗରୁଡ଼ ଆଦି ତିଆରି କରି ରାଧାକୃଷ୍ଣ ଓ ଶିବ ପାର୍ବତୀଙ୍କ ଫଟୋକୁ ପୂଜା କରିଥିଲେ। ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯାଇ ଦେବଦେବୀଙ୍କୁ ଦର୍ଶନ କରି ସଞ୍ଜ ଆଳତି ଦେଇଥିଲେ।

ଏହା ପରେ ମହାପ୍ରଭୁଙ୍କ ଦର୍ଶନ ସାରି ଅବଢ଼ା ନେଇ ରହୁଥିବା ସ୍ଥାନକୁ ଫେରିଥିଲେ। ସେଠାରେ ଗୀତା ଭାଗବତ ପାଠ କରି ରାତି ୯ଟାରେ ପ୍ରସାଦ ସେବନ କରି ଠାକୁରଙ୍କୁ ସ୍ମରଣ କରି ଶୋଇଥିଲେ। ତେବେ ଆଜି ପୂର୍ବାହ୍ନରେ ପ୍ରବଳ ବର୍ଷା ଯୋଗୁଁ ଚଉରା ପୂଜା ପାଇଁ ପ୍ରଥମ ଦିନରେ ହବିଷ୍ୟାଳିମାନେ ଅସୁବିଧାରେ ପଡ଼ିଥିଲେ। କେତେକ ହବିଷିଆଳି ବର୍ଷାରେ ଚଉରାଠାରେ ପୂଜା କରିଥିବା ବେଳେ ଅନ୍ୟ କେତେକ ହବିଷିଆଳି ସେମାନେ ରହୁଥିବା ଠାକୁରଙ୍କ ନିକଟରେ ମୁରୁଜ ପକାଇ ପୂଜାର୍ଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe