‘କଥା ତ ଏତିକି’ରେ ବହୁତ କିଛି କଥା ଅଛି

Advertisment

ପରଂବ୍ରହ୍ମଙ୍କ ଦ୍ୱିତୀୟ ଲଳିତ ଗଦ୍ୟ ସଂକଳନ ଲୋକାର୍ପିତ

ପରଂବ୍ରହ୍ମଙ୍କ ଦ୍ୱିତୀୟ ଲଳିତ ଗଦ୍ୟ ସଂକଳନ ଲୋକାର୍ପିତ

‘କଥା ତ ଏତିକି’ରେ ବହୁତ କିଛି କଥା ଅଛି

ଭୁବନେଶ୍ୱର : ଯୁବ ଲେଖକ ପରଂବ୍ରହ୍ମ ତ୍ରିପାଠୀଙ୍କ ଗଦ୍ୟ ସଂକଳନ ‘କଥା ତ ଏତିକି’ ଲୋକାର୍ପିତ ହୋଇଯାଇଛି।। ଟାଇମ୍‌ପାସ୍‌ ପକ୍ଷରୁ ହୋଟେଲ କେଶରୀଠାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ଯୋଗଦେଇ କଥାକାର ଅଜୟ ସ୍ୱାଇଁ କହିଲେ, ଜୀବନକୁ ଭୋଗିବାର କଳା ମଣିଷକୁ ଜଣା। ସେଇ ଭୋଗିବାରୁ ହିଁ କାହାଣୀର ସୃଷ୍ଟି।

ଅଭିନେତ୍ରୀ ତଥା ଲେଖିକା ମାଳବିକା ରାୟ କହିଲେ, ବର୍ତମାନ ସମୟର ବ୍ୟତିକ୍ରମ କଥା ପରଂବ୍ରହ୍ମ ଏହି ପୁସ୍ତକ ମାଧ୍ୟମରେ କହିଛନ୍ତି। କଥାଶିଳ୍ପୀ ତଥା ବ୍ୟଙ୍ଗକାର ମୃଣାଳ ଚାଟାର୍ଜୀ କହିଲେ, ଏପରି ଲେଖା ପାଇଁ ଗବେଷଣା ଲୋଡ଼ା ନାହିଁ ସତ, କିନ୍ତୁ ଜୀବନକୁ ପାଖରୁ ଦେଖିବାର ଦୃଷ୍ଟିଭଙ୍ଗୀ ଥିବା ଦରକାର। ବିଜ୍‌ନେସ୍‌ ଷ୍ଟାଣ୍ଡାର୍ଡର ଆବାସିକ ସମ୍ପାଦକ ଦିଲ୍ଲୀପ ଶତପଥୀ କହିଲେ, ସାମାଜିକ ମୂଲ୍ୟବୋଧର ଅଭାବ, ଲୋକ ଚରିତ୍ରରେ ଘଟୁଥିବା ଅବକ୍ଷୟର ପ୍ରତିଫଳନ ପାଠକ ଏହି ପୁସ୍ତକରେ ଦେଖିପାରିବେ। ଉତ୍ସବରେ ଉପସ୍ଥିତ ଥିବା ଲେଖକଙ୍କ ବାପା ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ କୈଳାସଚନ୍ଦ୍ର ତ୍ରିପାଠୀ ଲେଖକଙ୍କ ସାରସ୍ୱତ ପ୍ରତିଭା ସମ୍ପର୍କରେ ବଖାଣିଥିଲେ। ଶେଷରେ କଥା ତ ଏତିକିର ସ୍ରଷ୍ଟା ପରଂବ୍ରହ୍ମ ତ୍ରିପାଠୀ କହିଲେ, ପାଠକଙ୍କ ବିନା ମୁଁ କିମ୍ବା ମୋ ଲେଖାର ସ୍ଥିତି ନାହିଁ। ପାଠକଙ୍କ ଶ୍ରଦ୍ଧା ମତେ ଏତେ ବାଟ ଆଣିପାରିଛି। ସୃଷ୍ଟିଶ୍ରୀ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଟାଇମ୍‌ ପାସ୍‌ର ମୁଖ୍ୟ ସରୋଜ ବଳ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe