ପୁରୁଣା ଭୁବନେଶ୍ୱର: ଆସନ୍ତାକାଲି ଶ୍ରାବଣର ତୃତୀୟ ସୋମବାର ଥିବାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ କାଉଡ଼ିଆଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମନ୍ଦିର ନିକଟରେ ଅସ୍ଥାୟୀ ଶିବିର ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ସାହୁଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲି ୪୦ ହଜାରରୁ ଅଧିକ କାଉଡ଼ିଆ ଆସିବା ନେଇ ଅନୁମାନ କରାଯାଉଛି। ତେଣୁ ବର୍ଷାରେ କାଉଡ଼ିଆଙ୍କ ରହିବା ପାଇଁ ବିଏମ୍ ହାଇସ୍କୁଲ ପରିସରରେ ବ୍ୟବସ୍ଥା ହୋଇଛି। ବିଦ୍ୟାଳୟର ଦୁଇ କୋଠରୀ ସହ ବାରଣ୍ଡାରେ ବ୍ୟବସ୍ଥା ହୋଇଛି। ସୋମବାର ସକାଳ ୮ଟା ପର୍ଯ୍ୟନ୍ତ ରହିବାକୁ ଅନୁମତି ଦିଆଯାଇଛି। ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ସ୍ୱତନ୍ତ୍ର ଟିକେଟ୍ କାଉଣ୍ଟର ଖୋଲିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us