ଭୁବନେଶ୍ୱର,: ବିଚକ୍ଷଣ ପାଣ୍ଡିତ୍ୟର ଅଧିକାରୀ ବିସ୍ମୟ ବାଳକ କୌଟିଲ୍ୟ ଆସନ୍ତାକାଲି (ଶନିବାର) ଭୁବନେଶ୍ୱର ଆସିବେ। ‘ସମ୍ବାଦ’ ଓ ‘ଦି କୌଟିଲ୍ୟ’ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ କୌଟିଲ୍ୟଙ୍କୁ ଭୁବନେଶ୍ୱରକୁ ଆମନ୍ତ୍ରିତ କରାଯାଇଛି। ତାଙ୍କ ସହ ତାଙ୍କ ପିତା ସତୀଶ ଶର୍ମା ଓ ମାଆ ସୁମିତ ଶର୍ମା ଆସିବେ। ମାତ୍ର ୫ବର୍ଷ ୧୦ ମାସ ବୟସରେ ଯେକୌଣସି ପ୍ରଶ୍ନର ଉତ୍ତର ଦେଇ ବିଶ୍ୱରେ ଚର୍ଚିତ ବାଳକ ପାଲଟିଥିବା କୌଟିଲ୍ୟଙ୍କୁ ଏବେ ୯ବର୍ଷ। ସେହି ଅନୁସାରେ ତାଙ୍କ ପାଣ୍ଡିତ୍ୟ ମଧ୍ୟ ବିଶ୍ୱପ୍ରସିଦ୍ଧି ପାଇ ଚାଲିଛି। ମଞ୍ଚେଶ୍ୱରସ୍ଥିତ ‘ଇଷ୍ଟ୍ କୋଷ୍ଟ୍ ରେଲ୍େଓ୍ଵ ଷ୍ଟାଡିୟମ’ରେ ତାଙ୍କୁ ଭେଟିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଓଡ଼ିଶାର ଯେକୌଣସି ଛାତ୍ରଛାତ୍ରୀ ଅଡିଟୋରିୟମରେ ନିଃଶୁଳ୍କ ପ୍ରବେଶ କରି କୌଟିଲ୍ୟଙ୍କୁ ଭେଟି ପାରିବେ ଓ ଯେକୌଣସି ବିଷୟରେ ପ୍ରଶ୍ନ କରି ତାଙ୍କ ପ୍ରତିଭାର ପ୍ରମାଣ ପାଇପାରିବେ ବୋଲି ‘ଦି କୌଟିଲ୍ୟ’ର ନିର୍ଦେଶକ ଡ.ଏଲ୍ଏନ୍ ଅଗ୍ରଓ୍ଵାଲ୍ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦି କୌଟିଲ୍ୟ ଓ ସମ୍ବାଦ ପକ୍ଷରୁ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ନିମନ୍ତ୍ରଣ କରାଯାଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us