କବିତା ମହାନ୍ତିଙ୍କ ପୁସ୍ତକ ଲୋକାର୍ପିତ: ‘ଭାଷାକୁ ବଞ୍ଚାଇବା ଲାଗି କ୍ଷୁଦ୍ରଗଳ୍ପ ଉତ୍ତମ ମାଧ୍ୟମ’

Advertisment

ଗଦ୍ୟ ଓ ଗଣତନ୍ତ୍ର ମଧ୍ୟରେ ଗୋଟିଏ ସମ୍ପର୍କ ରହିଛି। ଆମ ଗଦ୍ୟ ଯେତିକି ସମୃଦ୍ଧ ହେବ, ଆମର ଆଲୋଚନା, ସମାଲୋଚନା, ଭାବବିନିମୟ ସେତିକି ସଂସ୍କାରିତ ହେବ। ଆମ ଗଦ୍ୟର ଦୁର୍ବଳତା ଦୃଷ୍ଟିରୁ ଗଣତନ୍ତ୍ରର ଅବକ୍ଷୟ ଘଟୁଛି।

ଗଦ୍ୟ ଓ ଗଣତନ୍ତ୍ର ମଧ୍ୟରେ ଗୋଟିଏ ସମ୍ପର୍କ ରହିଛି। ଆମ ଗଦ୍ୟ ଯେତିକି ସମୃଦ୍ଧ ହେବ, ଆମର ଆଲୋଚନା, ସମାଲୋଚନା, ଭାବବିନିମୟ ସେତିକି ସଂସ୍କାରିତ ହେବ। ଆମ ଗଦ୍ୟର ଦୁର୍ବଳତା ଦୃଷ୍ଟିରୁ ଗଣତନ୍ତ୍ରର ଅବକ୍ଷୟ ଘଟୁଛି।

ssddsxcxcd

ଭୁବନେଶ୍ବର: ଗଦ୍ୟ ଓ ଗଣତନ୍ତ୍ର ମଧ୍ୟରେ ଗୋଟିଏ ସମ୍ପର୍କ ରହିଛି। ଆମ ଗଦ୍ୟ ଯେତିକି ସମୃଦ୍ଧ ହେବ, ଆମର ଆଲୋଚନା, ସମାଲୋଚନା, ଭାବବିନିମୟ ସେତିକି ସଂସ୍କାରିତ ହେବ। ଆମ ଗଦ୍ୟର ଦୁର୍ବଳତା ଦୃଷ୍ଟିରୁ ଗଣତନ୍ତ୍ରର ଅବକ୍ଷୟ ଘଟୁଛି। ସୁନ୍ଦର ଓ ଅଳ୍ପରେ ଗପ ଭଳି କଥା କହିବାରେ ଯେଉଁ ମାଧୁର୍ଯ୍ୟ ରହିଛି, ଆମ ନେତାମାନଙ୍କ ଆଚରଣ ସେହିଭଳି ହୋଇପାରିଲେ  ଗଣତନ୍ତ୍ର ସମୃଦ୍ଧ ହୋଇପାରନ୍ତା। ବର୍ତ୍ତମାନ ବିଧାନସଭାରେ ଯାହା ଘଟୁଛି, ସେ ଦୃଶ୍ୟ ଆଉ ଦେଖିବାକୁ ମିଳନ୍ତା ନାହିଁ। ଏଣୁ ଭାଷାକୁ ବଞ୍ଚାଇବା ଲାଗି କ୍ଷୁଦ୍ରଗଳ୍ପ ବଳିଷ୍ଠ ଓ ଉତ୍ତମ ମାଧ୍ୟମ। ଗୀତଗୋବିନ୍ଦ ସଦନରେ ଲେଖିକ‌ା କବିତା ମହାନ୍ତିଙ୍କ ପୁସ୍ତକ ‘ପାଳଭୂତ ଓ ଅନ୍ୟାନ୍ୟ ଗଳ୍ପ’ ଓ ‘ଲକ୍‌ଡାଉନ୍‌-୨୦୨୦’ର ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ‌ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।

 ବିଶିଷ୍ଟ ଅତିଥି ଅଧ୍ୟାପକ ବିଶ୍ବରଞ୍ଜନ, ପୁସ୍ତକର ସମୀକ୍ଷା କରିଥିଲେ। ସେ କହିଲେ, ପ୍ରତ୍ୟେକଙ୍କ ଦୃଷ୍ଟି ଓ ସୃଷ୍ଟି ଭିନ୍ନଭିନ୍ନ। ମନ କଥାକୁ ବ୍ୟକ୍ତ କରିବା ଲାଗି ସଭିଙ୍କ ଭିତରେ ଗଳ୍ପ ଭରି ରହିଛି। ଏହାର ପରିପ୍ରକାଶ ଲାଗି ଅନ୍ତରରେ ଲୁଚି ରହିଥିବା ବ୍ୟକ୍ତିତ୍ବ ଆନ୍ଦୋଳିତ ହେବା ଆବଶ୍ୟକ। ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଲେ, ସଫଳ ଗପ ଦୁଇ ପ୍ରକାରର। ଗୋଟିଏ ହେଉଛି ଯାହା ପାଠକକୁ ଗପ ସହିତ ଯୋଡ଼ିଥାଏ ଏବଂ ଅନ୍ୟଟି ପାଠକ ମନରେ ପ୍ରଶ୍ନଟିଏ ଲଟକେଇ ଦେଇଯାଏ। ଲେଖିକା ଶ୍ରୀମତୀ ମହାନ୍ତିଙ୍କ ପୁସ୍ତକରେ ପାଠକମାନେ ଏଭଳି ସଫଳ ଗପ ପଢ଼ିବାର ସୁଯୋଗ ପାଇବେ। ଲେଖିକା ଶ୍ରୀମତୀ ମହାନ୍ତି ଲେଖକୀୟ ଅନୁଭୂତି ବର୍ଣ୍ଣନା କରିଥିଲେ। ରବିନାରାୟଣ ନନ୍ଦ ସଭାରେ ପୌରୋହିତ୍ୟ କରିଥିବା ବେଳେ ଆଇନଜୀବୀ କୈଳାସ କାନୁନ୍‌ଗୋ ଧନ୍ୟବାଦ ଦେଇଥିଲେ। ପ୍ରକାଶକ ସୁଧୀର ମଉଡ଼ମଣି, ଆଶିଷ ଚନ୍ଦ୍ର ମହାନ୍ତି, ଶଶିପ୍ରଭା ଦାଶ, ନିହାରିକା ଦେବୀ ପ୍ରମୁଖ କାର୍ଯ୍ୟକ୍ରମ ସଞ୍ଚାଳନରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe