Pragativadi
ପୁରୁଣା ଭୁବନେଶ୍ୱର: ସୁଧୁରିବ କେଦାରଗୌରୀ କୁଣ୍ଡର ପାଣି। ଦୁର୍ଗନ୍ଧ ନୀଳ ପାଣି ପୂର୍ବ ପରି କାଚକେନ୍ଦୁ ହୋଇଯିବ। ଏହି ଐତିହାସିକ କୁଣ୍ଡର ପୁନରୁଦ୍ଧାର ପାଇଁ ପାଖାପାଖି ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରିବ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)। ଏଥିପାଇଁ ସର୍ଭେ ଆରମ୍ଭ କରିଛି ଏଏସ୍ଆଇ।
ଗତ ୮ ବର୍ଷ ହେଲା, ମନ୍ଦିର ପରିସରରେ ଥିବା ପ୍ରାଚୀନ ଚାରିଟି କୁଣ୍ଡର ପାଣି ନଷ୍ଟ ହୋଇଯାଇଛି। ଦଳ ଭର୍ତ୍ତି ହୋଇ ରହିଛି। ଏହି ମନ୍ଦିର ଏଏସ୍ଆଇ ଅଧୀନରେ ନଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁଷ୍କରିଣୀଗୁଡ଼ିକ ପୁନରୁଦ୍ଧାର କରିବାକୁ ଏଏସ୍ଆଇ ଆଗଭର ହୋଇଛି। ମାସକ ମଧ୍ୟରେ ଏହି ପୁନରୁଦ୍ଧାର କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି।
Follow Us